ନବ ଦାସ ହତ୍ୟା ମାମଲା: ମୁହଁ ଖୋଲିଲେ ଦେବେଶ, ଏମିତି ଦେଲେ ପ୍ରତିକ୍ରିୟା

ଭୁବନେଶ୍ବର: ବହୁ ଚର୍ଚ୍ଚିତ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣାକୁ ନେଇ ରାଜ୍ୟରେ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ରାଜନୈତିକ ବୟାନବାଜୀ ମଧ୍ୟ ଜାରି ରହିଛି। ପୂର୍ବତନ ବିଧାୟକ ଦୀପାଳି ଦାସ ତାଙ୍କ ବାପା ନବ ଦାସଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି। ଏହାରି ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ସପକ୍ଷରେ ବରଗଡ଼ର ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ମୁହଁ ଖୋଲିଛନ୍ତି।
ଏହି ଖବର ପଢ଼ନ୍ତୁ: ଦୋଷୀ ସଞ୍ଜୟକୁ ମିଳିଲା ଆଜୀବନ କାରାଦଣ୍ଡ
ସ୍ବର୍ଗତ ନବ ଦାସଙ୍କ ଝିଅ ତାଙ୍କ ବାପାଙ୍କ ହତ୍ୟା ଘଟଣାର ସିବିଆ ତଦନ୍ତ ଦାବି ମନ୍ତବ୍ୟ ଗଣମାଧ୍ୟମରେ ରଖିଲା ପରେ କିଛି ଦିନ ହେଲା ବିଜେପିର ସମ୍ବଲପୁର ବିଧାୟକ ଓ ସାଂସଦମାନେ ରାଜନୀତିର ଅତି ନିମ୍ନସ୍ତରକୁ ଯାଇଛନ୍ତି। ଦୀପାଳି ଦାସଙ୍କୁ ସିବିଆଇ ତଦନ୍ତ ପାଇଁ ଲିଖିତ ଦେବା ପାଇଁ କହିବା ପରେ ପୂର୍ବତନ ବିଧାୟିକା ଦୀପାଳି ଦାସ ଲିଖିତ ଦେବା ପାଇଁ ମଧ୍ୟ ପ୍ରସ୍ତୁତ ଥିବା ଗଣମାଧ୍ୟମ ଆଗରେ ବକ୍ତବ୍ୟ ରଖିଛନ୍ତି।
-ଦେବେଶ ଆଚାର୍ଯ୍ୟ, ପୂର୍ବତନ ବିଧାୟକ
ଏହି ଖବର ପଢ଼ନ୍ତୁ: ଏଲଏସଜିର ଅଧିନାୟକ ହେଲେ ଷ୍ଟାର କ୍ରିକେଟର ଋଷଭ ପନ୍ତ
ତେବେ ବିଜେପି ବିଧାୟକ ଓ ସାଂସଦ ଆଇନରୁ ଊର୍ଦ୍ଧ୍ବରେ ଥିଲା ଭଳି ମନ୍ତବ୍ୟ ଦେବା ଅତ୍ୟନ୍ତ ନିନ୍ଦନୀୟ। ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ହତ୍ୟା ଘଟଣା ସମୟରେ ମଧ୍ୟ ବିଜେପି ସିବିଆଇ ତଦନ୍ତ ଦାବି କରିଥିଲା। ବର୍ତମାନ ରାଜ୍ୟ ଓ କେନ୍ଦ୍ରରେ ବିଜେପି ସରକାର ରହିଥିବା ବେଳେ ସେମାନେ ଏବେ ହତ୍ୟା କାଣ୍ଡ ଘଟଣାର ସିବିଆଇ ତଦନ୍ତ କରାଇବାରେ ଅସୁବିଧା କେଉଁଠି ରହିଲା ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରତିକ୍ରିୟା ଦେଇଛନ୍ତି। ଏଥି ସହିତ ବିଜେପି ବିଧାୟକ ଓ ସାଂସଦମାନେ ଦେଉଥିବା ଏଭଳି ହୀନ ମନ୍ତବ୍ୟକୁ ସେ ତୀବ୍ର ନିନ୍ଦା କରିଛନ୍ତି।
ଏହି ଖବର ପଢ଼ନ୍ତୁ: ଯିଏ ମୁଖ୍ୟମନ୍ତ୍ରୀ ହେବାର ସ୍ବପ୍ନ ଦେଖୁଥିଲେ, ସିଏ ହିଁ ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ
ଅନ୍ୟପଟରେ ନବ ଦାସ ହତ୍ୟାକାଣ୍ଡ ମାମଲାରେ ତଦନ୍ତରେ ବଡ଼ ବିଭ୍ରାଟ ଦେଖାଯାଇଥିବା ଅଭିଯୋଗ ହେଉଛି। ତଦନ୍ତରେ ରହିଥିବା ବିଭିନ୍ନ ଛିଦ୍ର ସବୁ ଗୋଟିଏ ପରେ ଗୋଟିଏ ପଦାକୁ ଆସିବାରେ ଲାଗିଛି। କ୍ରାଇମ୍ବ୍ରାଞ୍ଚ କାହିଁକି ସ୍ବର୍ଗତ ଦାସଙ୍କ ଗୁଳିବିଦ୍ଧ ସାର୍ଟ ଓ ରକ୍ତଲଗା ତଉଲିଆକୁ ଜବତ କଲାନାହିଁ ସେ ନେଇ ପ୍ରଶ୍ନ ଉଠିଛି। ଏବେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। କେବଳ ଯେ, ନବ ଦାସଙ୍କ ରକ୍ତଲଗା ସାର୍ଟର ପତ୍ତା ମିଳୁନି ତାହା ନୁହେଁ। ବରଂ ଘଟଣାର ମୁଖ୍ୟ ସାକ୍ଷୀଙ୍କ ସାର୍ଟର ରଙ୍ଗ ବି ବଦଳିଯାଇଛି। ଏହା କ୍ରାଇମ୍ବ୍ରାଞ୍ଚର ଖାମଖିଆଲି ନା ଅଭିଯୁକ୍ତ ଗୋପାଳ ଦାସକୁ ଖସାଇବା ପାଇଁ ସୁଚିନ୍ତିତ ଯୋଜନା, ତାକୁ ନେଇ ଆଲୋଚନା ଆରମ୍ଭ ହୋଇଛି।
ସୂଚନାଯୋଗ୍ୟ, ନବ ଦାସଙ୍କ ଝିଅ ଦୀପାଳି ଦାସ ଓ ପୁଅ ବିଶାଳ ଦାସ ଏହି ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରିଛନ୍ତି। ନବ ଦାସ ହତ୍ୟା ମାମଲାରେ କ୍ରାଇମ୍ ବ୍ରାଞ୍ଚ ତଦନ୍ତ କରିଥିବା ବେଳେ ଅଭିଯୁକ୍ତ ଗୋପାଳ ଦାସକୁ କେବଳ ଗିରଫ କରି କାମ ସାରିଦେଇଥିଲା। କିନ୍ତୁ ତାଙ୍କ ବାପାଙ୍କୁ ଗୋପାଳ ଜରିଆରେ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରି ସପ୍ତାହକ ତଳେ ଦୀପାଳି ଏହି ପ୍ରସଙ୍ଗକୁ ପୁଣିଥରେ ଉଠାଇଥିଲେ। ଏବେ ବିଶାଳ ଦାସଙ୍କ ସିବିଆଇ ତଦନ୍ତ ଦାବି ପ୍ରସଙ୍ଗ ପୁଣି ସାମ୍ନାକୁ ଆସିଛି। ବିଶାଳ କହିଛନ୍ତି, ‘ପ୍ରଧାନମନ୍ତ୍ରୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବି କରିବୁ ଆମ ବାପାଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ହେଉ।’ ବିଶାଳ ‘ସମ୍ବାଦ’କୁ ପ୍ରତିକ୍ରିୟା ଦେଇ ଆହୁରି କହିଛନ୍ତି ଯେ ଏହି ଦାବି ତାଙ୍କର ବ୍ୟକ୍ତିଗତ ନୁହେଁ, ପରିବାର ସଦସ୍ୟଙ୍କର। ପରିବାରର ମୁରବି ଚାଲିଯିବା ପରେ ସେହି ଦୁଃଖରୁ ବାହାରିବା ଏତେ ସହଜ ନ ଥିଲା। ତେଣୁ ପରିବାର ସଦସ୍ୟଙ୍କ ସହ ବିସ୍ତୃତ ଆଲୋଚନା କରିବାରେ ସମୟ ଲାଗିଥିଲା।