IBN ଓଡ଼ିଶା ବ୍ୟୁରୋ

ଆଣ୍ଡରସନ୍‌ଙ୍କ ନାଁରେ ମାମଲା: ବିପଦରେ ପଡ଼ିବେ ହିଣ୍ଡେନ୍‌ବର୍ଗ ପ୍ରତିଷ୍ଠାତା

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍ ବିରୋଧରେ ଗମ୍ଭୀର ଅଭିଯୋଗ ଆଣି ଭାରତରେ ହଇଚଇ ସୃଷ୍ଟି କରିଥିବା ତଥା ନିକଟରେ ବନ୍ଦ ହୋଇଯାଇଥିବା‌ ଆମେରିକୀୟ ସର୍ଟ ସେଲିଂ ସଂସ୍ଥା ହିଣ୍ଡେନ୍‌ବର୍ଗ ରିସର୍ଚ୍ଚର ମୁଖ୍ୟ ନାଥନ୍ ଆଣ୍ଡରସନ୍‌ଙ୍କ ପ୍ରତି ବଡ଼ ବିପଦ ମାଡ଼ିଆସୁଛି। ତାଙ୍କ ନାମରେ ଓଣ୍ଟାରିଓର ସୁପରିଅର୍ କୋର୍ଟ ଅଫ୍ ଜଷ୍ଟିସ୍‌ରେ ଏକ ମାନହାନି ମାମଲା ରୁଜୁ କରାଯାଇଛି। ଏକ ହେଜ୍ ଫଣ୍ଡ୍‌ ସହ ମିଶି ସେ ବିଭିନ୍ନ ସଂସ୍ଥାକୁ ଟାର୍ଗେଟ୍‌ କରି ରିପୋର୍ଟ ପ୍ରସ୍ତୁତ କରୁଥିବା ଅଭିଯୋଗ ହୋଇଛି।

କାନାଡାର ଆନ୍‌ସନ୍ ହେଜ୍ ଫଣ୍ଡ୍‌ର ମୁଖ୍ୟ ମୋଏଜ୍ କାସମ ସ୍ବୀକାର କରିଛନ୍ତି ଯେ ଆଣ୍ଡରସନ୍‌ଙ୍କ ସମେତ ବିଭିନ୍ନ ଉତ୍ସକୁ ତାଙ୍କ ସଂସ୍ଥା ତଥ୍ୟ ଦେଉଥିଲା। ଏକ ରିପୋର୍ଟ ତିଆରି କରିବା ଲାଗି ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ପକ୍ଷରୁ ଆନ୍‌ସନ୍ ସହ ମିଶି କାମ କରାଯାଇଥିଲା। ଯଦି ତାହା ସତ୍ୟ ହୋଇଥିବ ତେବେ ହିଣ୍ଡେନ୍‌ବର୍ଗର କାର୍ଯ୍ୟକୁ ଆମେରିକା ନିୟମ ଅନୁସାରେ ସିକ୍ୟୁରିଟି ଠକେଇ ଭାବେ ବିବେଚନା କରାଯିବ। ସର୍ଟ ସେଲିଂ କମ୍ପାନିଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ପଦ୍ଧତିରେ କାମ କରିଥାନ୍ତି। କିନ୍ତୁ ସେଥିରେ ହେଜ୍ ଫଣ୍ଡ୍‌ର ସହଯୋଗ ଲୋଡ଼ିବାକୁ ଠକେଇ ଭା‌ବେ ବିଚାର କରାଯାଉଛି। ଆନ୍‌ସନ୍ ଫଣ୍ଡ୍‌ ଓ ନାଥନ୍ ଆଣ୍ଡରସନ୍ ବହୁ ପରିମାଣର ସିକ୍ୟୁରିଟି ଠକେଇ କରିଥିବା ଅଭିଯୋଗ ହୋଇଛି। ଏପର୍ଯ୍ୟନ୍ତ ସେଥିରୁ ମାତ୍ର ୫ ପ୍ରତିଶତ ସାମ୍ନାକୁ ଆସିଛ। ଆଣ୍ଡରସନ୍‌ଙ୍କ ବିରୋଧରେ ସିକ୍ୟୁରିଟି ଠକେଇ ଅଭିଯୋଗ ହେବା ନିଶ୍ଚିତ ବୋଲି କୁହାଯାଉଛି।

ବିଶ୍ବର ବିଭିନ୍ନ ଦେଶର କମ୍ପାନିଗୁଡ଼ିକୁ ଟାର୍ଗେଟ୍‌ କରି ସଙ୍ଗିନ ରିପୋର୍ଟ ଜାରି କରୁଥିବା ହିଣ୍ଡେନ୍‌ବର୍ଗ ୨୦୧୭ରେ ଏହାର ଯାତ୍ରା ଆରମ୍ଭ କରିଥିଲା। କିନ୍ତୁ କିଛି ଦିନ ତଳେ ହଠାତ୍‌ କମ୍ପାନି ବନ୍ଦ କରାଯାଉଥିବା ନେଇ ଆଣ୍ଡରସନ୍ ଘୋଷଣା କରିଥିଲେ। କିନ୍ତୁ କୁହାଯାଉଛି ଯେ ଆମେରିକାର ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ୍ ଦାୟିତ୍ବ ନେବାକୁ ଯାଉଥିବାରୁ ଭୟରେ ଆଣ୍ଡରସନ୍ ନିଜ କମ୍ପାନିକୁ ବନ୍ଦ କରିଦେଇଛନ୍ତି। ତାଙ୍କ ବିରୋଧରେ ଟ୍ରମ୍ପ୍ କଠୋର କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି ବୋଲି ସନ୍ଦେହ କରାଯାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button