IBN ଓଡ଼ିଶା ବ୍ୟୁରୋ

ସ୍ନାନ ସମୟରେ ଏହି ଭୁଲ କ’ଣ ଆପଣ ବି କରୁଛନ୍ତି ! ତୁରନ୍ତ ବନ୍ଦ କରନ୍ତୁ, ନଚେତ ବର୍ବାଦ ହୋଇଯାଇପାରନ୍ତି…

ଆମ ମାନଙ୍କ ଜୀବନରେ ସ୍ନାନ କରିବା ବହୁତ ଜରୁରୀ ହୋଇଥାଏ । ଯାହାକି ଆମେ ବର୍ଷ ବର୍ଷ ଧରି କରି ଆସୁଛୁ । କାରଣ ପ୍ରତିଦିନ ସ୍ନାନ କରିବା ଦ୍ଵାରା ଶରୀର ସ୍ବଚ୍ଛ ହୋଇବା ସହ ମନ ମଧ୍ୟ ପ୍ରଫୁଲ୍ଲିତ ରହିଥାଏ । ତେବେ ସ୍ନାନ କରିବା ସମୟରେ କେଉଁ ସବୁ କଥାକୁ ଧ୍ୟାନରେ ରଖି ସ୍ନାନ କରିବା ଉଚିତ ଆଜି ଏଠାରେ ଜାଣିବା । କାରଣ ଯଦି ସ୍ନାନ କରିବା ସମୟରେ ଏଭଳି କିଛି ଭୁଲ ଆପଣ ମାନେ ମଧ୍ୟ କରୁଛନ୍ତି ।

 

ତେବେ ହୁଏତ ଆପଣଙ୍କ ଜୀବନରେ ବହୁତ ସାରା ସମସ୍ଯା ଆସିବାକୁ ଲାଗିବ । ଆପଣଙ୍କ ଜୀବନରେ ଗରିବୀ ପ୍ରବେଶ କରିଯିବ । ତେଣୁ ଆପଣ ମାନେ ଏହି ମହତ୍ଵପୂର୍ଣ୍ଣ କଥାକୁ ମନେ ରଖି ସ୍ନାନ କରନ୍ତୁ ।

1- ଅନ୍ୟ ବ୍ୟକ୍ତିର ବସ୍ତ୍ର ବ୍ୟବହାର କରନ୍ତୁ ନାହିଁ । ସ୍ନାନ କରିବା ସମୟରେ ଅନ୍ୟ କାହାର ବସ୍ତ୍ର ପିନ୍ଧିକି ସ୍ନାନ କରନ୍ତୁ ନାହିଁ । କି ସ୍ନାନ କରିସାରିବା ପରେ ଅନ୍ୟ କାହାର ବସ୍ତ୍ରକୁ ବ୍ୟବହାର କରି ସେଥିରେ ପୋଛି ହୁଅନ୍ତୁ ନାହିଁ । ନଚେତ ଅନ୍ୟ ଦେହର ରୋଗଜୀବାଣୁ ଆପଣଙ୍କ ଶରୀରରେ ପ୍ରବେଶ କରି ଆପଣଙ୍କ ଠାରେ ସ୍ଵାସ୍ଥଗତ ସମସ୍ଯା ସୃଷ୍ଟି ହୋଇଥାଏ । ତେଣୁ ସ୍ନାନ କରିବା ସମୟରେ ଏହି କଥାକୁ ମନେ ରଖି ଆପଣଙ୍କୁ ସ୍ନାନ କରିବାକୁ ପଡିବ ।

2- ଅଧା ଗାଧୁଆ । ସ୍ନାନ କରିବା ସମୟରେ ନିଜ ଶରୀରକୁ ସଂପୂର୍ଣ୍ଣ ରୂପେ ଓଦା କରି ସ୍ନାନ କରନ୍ତୁ । କାରଣ ଅନେକ ଲୋକ ସ୍ନାନ ହେବାକୁ ଯାଇଥାନ୍ତି ସତ । ହେଲେ ଅଧା ଗାଧୁଆ ହୋଇ ଚାଲି ଆସିଥାନ୍ତି । ଏହା କରିବା ଦ୍ଵାରା କୁଣ୍ଡଳୀରେ ବିଭିନ୍ନ ପ୍ରକାର ସମସ୍ଯା ଯୋଗ ସୃଷ୍ଟି ହୋଇଥାଏ । ତେଣୁ ପ୍ରତ୍ଯେକ ଦିନ ନିୟମିତ ରୂପେ ଭଲ ଭାବେ ସ୍ନାନ କରନ୍ତୁ ।

 

3- ସ୍ନାନ ସମୟରେ ନିହାତି କିଛି ନା କିଛି ବସ୍ତ୍ର ପିନ୍ଧିକି ସ୍ନାନ କରନ୍ତୁ । ବିନା ବସ୍ତ୍ରରେ କେବେବି ସ୍ନାନ କରନ୍ତୁ ନାହିଁ । ଏହା ସ୍ନାନ କରିବାର ସଠିକ ନିୟମ ହୋଇନଥାଏ । କାରଣ ଶାସ୍ତ୍ର ଅନୁସାରେ ସ୍ନାନ ସମୟରେ ବ୍ୟକ୍ତିର ଶରୀରରେ କିଛି ନା କିଛି ବସ୍ତ୍ର ରହିଥିବା ନିହାତି ଜରୁରୀ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button