ସ୍ୱାସ୍ଥ୍ୟ

ପେଟର ଚର୍ବି ପାଇଁ ଚିନ୍ତିତ କି ! ଏହି ମ୍ୟାଜିକାଲ ଡ୍ରିଂକର ସେବନ ଦ୍ଵାରା ପେଟର ଚର୍ବି ଦୂର କରନ୍ତୁ…

ବର୍ତ୍ତମାନ ସମୟରେ ସମସ୍ତେ ସ୍ଲିମ ବଡି ରଖିବାକୁ ଚାହିଁଥାନ୍ତି । ତେବେ ଅନେକ ଲୋକଙ୍କର ପେଟରେ ଚର୍ବି ବଢିବା କାରଣରୁ ବେଲି ଫ୍ୟାଟ ଭଳି ସମସ୍ଯା ହୋଇଥାଏ । ତେଣୁ ଏହି ବେଲି ଫ୍ୟାଟକୁ କମ୍ କରିବାକୁ ଚାହୁଁଥିଲେ । ଆଜି ଆମେ ଆପଣଙ୍କୁ ବହୁତ ଭଲ ଘରୋଇ ରେମିଡି କହିବାକୁ ଯାଉଛୁ । ଯାହାକୁ ପ୍ରସ୍ତୁତ କରି ଆପଣ ତାହାର ସେବନ କରିବା ଦ୍ଵାରା ବହୁତ ଶୀଘ୍ର ଆପଣଙ୍କର ବେଲି ଫ୍ୟାଟକୁ କମ୍ କରିପାରିବେ । ତେବେ ଚାଲନ୍ତୁ ଏହି ରେମିଡି ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଜାଣିବା ।

 

ଏହି ଉପାୟକୁ ପ୍ରସ୍ତୁତ କରିବାକୁ ଆପଣଙ୍କୁ ଜୀରାର ଆବଶ୍ୟକତା ପଡିବ । ଯାହାକି ଡାଇଜେସନ ପାୱାରକୁ ଇମ୍ପୃଭ କରିବାରେ ସାହାଜ୍ଯ କରିଥାଏ । ବେଲି ଫ୍ୟାଟକୁ କମ କରିବାରେ ଜୀରା ବହୁତ ହେଲ୍ପ କରିଥାଏ । ଦିତୀୟରେ ଆପଣଙ୍କୁ ଅଦାର ଓ ତୃତୀୟରେ ଲେମ୍ବୁର ଦରକାର ପଡିବ । ପ୍ରଥମେ ଆପଣ ଏକ ପାତ୍ର ଗ୍ଯାସରେ ବସାଇ ସେଥିରେ 1 ଗ୍ଳାସ ପାଣି ରଖନ୍ତୁ ।

ପାଣି କିଛି ସମୟ ଫୁଟିବା ପରେ ସେଥିରେ 1 ଚାମଚ ଜୀରାର ଆଡ୍ କରନ୍ତୁ । ତାପରେ ଖଣ୍ଡେ ଅଦାକୁ ଛେଚି ସେଥିରେ ଆଡ୍ କରନ୍ତୁ । ପାଣିକୁ 3 ରୁ 4 ମିନିଟ ଫୁଟାଇବା ପରେ ଗ୍ଯାସକୁ କାଢି ଆଣନ୍ତୁ । ତାପରେ ପାଣିକୁ ଛାଣି ଏକ ପାତ୍ରକୁ ନେଇ ଆସନ୍ତୁ । ସେହି ପାଣିରେ ଫାଳେ ଲେମ୍ବୁ ରସ ଆଡ୍ କରନ୍ତୁ । ଶେଷରେ ସେଥିରେ ଏକ ଚାମଚ ମହୁ ଆଡ୍ କରନ୍ତୁ । ତାହାକୁ ମିକ୍ସ କରି ସାମାନ୍ୟ ପାଣି ଉଷୁମ ଥିବା ସମୟରେ ତାହାକୁ ସେବନ କରନ୍ତୁ ।

 

ଏହି ମ୍ୟାଜିକାଲ ଡ୍ରିଂକର ସେବନ କରିବା ଦ୍ଵାରା ଆପଣଙ୍କ ବେଲି ଫ୍ୟାଟ ବହୁତ ଶୀଘ୍ର ଧୀରେ ଧୀରେ କମିବାକୁ ଲାଗିଥିବ । ଏହି ଡ୍ରିଂକକୁ ପ୍ରସ୍ତୁତ କରି ଆପଣ ସକାଳୁ ଖାଲି ପେଟରେ ସେବନ କରନ୍ତୁ । ଯାହା ଦ୍ଵାରା ଆପଣଙ୍କୁ ଏହାର ବହୁତ ଭଲ ଫାଇଦା ମିଳିପାରିବ । ଲଞ୍ଚର 2 ରୁ 3 ଘଣ୍ଟା ପରେ ମଧ୍ୟ ଏହି ଡ୍ରିଂକକୁ ସେବନ କରନ୍ତୁ ।

ଦିନକୁ 2 ଥର 1 ମାସ ପର୍ଯ୍ୟନ୍ତ ଏହାକୁ ଲଗାତର ସେବନ କରନ୍ତୁ । ଯାହା ଫଳରେ ଧୀରେ ଧୀରେ ଆପଣଙ୍କ ବେଲି ଫ୍ୟାଟ କମିବାକୁ ଲାଗିବ । ଏହା ପ୍ରାକୃତିକ ଉପଚାର ହୋଇଥିବାରୁ ଏଥିଦ୍ଵାରା ଆପଣଙ୍କ ଶରୀରକୁ ଏହା କୌଣସି କ୍ଷତି ପହଞ୍ଚାଇ ନଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button