ରାଜନୀତି

ବିଜେପି ଟିକେଟ୍‌ରେ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବେ କଙ୍ଗନା ରାଣାୱତ, ସ୍ପଷ୍ଟ କଲେ ବାପା – Ibnodisha

[ad_1]

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ ନିର୍ବାଚନ ଲଢ଼ିବା ନେଇ ଲଗାତାର ଚର୍ଚ୍ଚା ହେଉଥିବାବେଳେ ସେପଟେ କଙ୍ଗନାଙ୍କ ବାପା ଏ କଥାକୁ ସ୍ୱୀକାର କରିଛନ୍ତି। କଙ୍ଗନା ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ତାଙ୍କ ବାପା ଅମରଦୀପ ରାଣାୱତ ସ୍ପଷ୍ଟ କରିଛନ୍ତି। ଅଭିନେତ୍ରୀଙ୍କ ବାପା ସ୍ପଷ୍ଟ କରିଛନ୍ତି ଯେ କଙ୍ଗନା ବିଜେପି ଟିକେଟ୍‌ରେ ହିଁ ନିର୍ବାଚନ ଲଢ଼ିବେ। କିନ୍ତୁ ସେ କେଉଁଠାରୁ ନିର୍ବାଚନ ଲଢ଼ିବେ, ତାହା ଦଳର ନେତୃତ୍ୱ ହିଁ ସ୍ଥିର କରିବେ। ବଡ଼ କଥା ହେଉଛି, ଦୁଇ ଦିନ ତଳେ କଙ୍ଗନାଙ୍କ କୁଲୁସ୍ଥିତ ଘରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସି ତାଙ୍କୁ ଭେଟିଥିଲେ। ଏହି ସାକ୍ଷାତ ପରେ କଙ୍ଗନା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ଏହାରି ଭିତରେ ତାଙ୍କ ବାପା ସ୍ପଷ୍ଟ କରିଛନ୍ତି କି, କଙ୍ଗନା ନିର୍ବାଚନ ଲଢ଼ିବେ।ଗତ ସପ୍ତାହରେ ହିମାଚଳର ବିଳାସପୁରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଏକ ସାମାଜିକ ସାକ୍ଷାତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ମଧ୍ୟ କଙ୍ଗନା ଯୋଗଦେଇଥିଲେ ଏବଂ କହିଥିଲେ ଯେ ଆର୍‌ଏସ୍‌ଏସ୍‌ର ବିଚାରଧାରା ତାଙ୍କ ବିରାରଧାରା ସହିତ ମିଶୁଛି। ତେବେ ଚର୍ଚ୍ଚା ହେଉଛି ଯେ କଙ୍ଗନା ମଣ୍ଡି ଲୋକସଭା ଆସନ କିମ୍ବା ଚଣ୍ଡିଗଡ଼ରୁ ନିର୍ବାଚନ ଲଢ଼ିପାରନ୍ତି। ସୂଚନାଯୋଗ୍ୟ, କଙ୍ଗନା ମୂଳତଃ ମଣ୍ଡି ଜିଲ୍ଲା ସରକାଘାଟ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଭାମ୍ବଲା ଗାଁର ବାସିନ୍ଦା। କିଛି ମାସ ପୂର୍ବେ ସେ ଗୁଜରାଟର ଦ୍ୱାରକାରେ ମିଡିଆ ସାମ୍ନାରେ କହିଥିଲେ କି, ଯଦି ଭଗବାନଙ୍କ ଆଶୀର୍ବାଦ ରୁହେ, ସେ ନିଶ୍ଚିତ ଭାବରେ ନିର୍ବାଚନ ଲଢ଼ିବେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button