ହୀରାକୁଦ ଜଳଭଣ୍ଡାର : ବନ୍ଦ ହେଲା ସମସ୍ତ ଗେଟ୍ – Ibnodisha
[ad_1]
ଭୁବନେଶ୍ୱର: ହୀରାକୁଦ ଜଳଭଣ୍ଡାରରୁ ମୋଟ୍ ୨ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଥିବା ବେଳେ ଉପରମୁଣ୍ଡରେ ବର୍ଷାର ପରିମାଣ କମିଥିବାରୁ ଅପରାହ୍ନ ସାଢ଼େ ଗୋଟାଏ ସୁଦ୍ଧା ଏହି ଦୁଇଟି ସ୍ଲୁଇସ୍ ଗେଟ୍ କୁ ମଧ୍ୟ ବନ୍ଦ କରାଯାଇଛି ।
ଦିନ ୧୨ଟା ସୁଦ୍ଧା ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୩୬ ହଜାର ୪୮୦ ଘନଫୁଟ୍ ଜଳ ପ୍ରବେଶ କରୁଥିଲା। ସେହିପରି ୨ଟି ସ୍ଲୁଇସ୍ ଗେଟ୍, ଅନ୍ୟାନ୍ୟ ପାୱାର ଚାନେଲ ଓ ସ୍ପିଲୱେ ଦେଇ ପ୍ରତି ସେକେଣ୍ଡରେ ୬୫ ହଜାର ୦୮୪ ଘନଫୁଟ୍ ରୁ ଅଧିକ ଜଳ ମହାନଦୀକୁ ଛଡାଯାଉଥିଲା । ତେବେ ପରେ ୨ଟି ଯାକ ସ୍ଲୁଇସ୍ ଗେଟକୁ ବନ୍ଦ କରି ଦିଆଯାଇଛି। ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବା ବେଳେ ଜଳଭଣ୍ଡାରର ଜଳ ପତ୍ତନ ୬୧୫.୧୫ ଫୁଟ୍ ରହିଥିବା ହୀରାକୁଦ ନଦୀବନ୍ଧ କର୍ତୃପକ୍ଷଙ୍କ ସୂତ୍ରରୁ ଜଣାପଡିଛି । ଜଳଭଣ୍ଡାରର ଜଳ ପତ୍ତନ ଉପରେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଓ ବିଶେଷଜ୍ଞ ମାନେ ତୀକ୍ଷ୍ନ ଦୃଷ୍ଟି ରଖିଛନ୍ତି ।
ଗତ ୨୪ ଘଣ୍ଟା ମଧ୍ୟରେ ଜଳଭଣ୍ଡାରର ଉପର ମୁଣ୍ଡରେ ୬ମି.ମି. ଏବଂ ତଳ ମୁଣ୍ଡରେ ୧୦.୮୧ ମି.ମି. ବର୍ଷା ରେକର୍ଡ଼ ହୋଇଛି। ସୂଚନା ଯୋଗ୍ୟ, ଗତ ଜୁଲାଇ ୨୩ ତାରିଖ ଠାରୁ ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ମହାନଦୀକୁ ଛଡାଯିବା ଆରମ୍ଭ ହୋଇଥିଲା ।
[ad_2]