ରାଜ୍ୟ

ଅଗଷ୍ଟରେ ଓଡ଼ିଶାରେ ରେକର୍ଡ଼ ଜିଏସ୍‌ଟି ସଂଗ୍ରହ – Ibnodisha

[ad_1]

ଭୁବନେଶ୍ୱର: ଅଗଷ୍ଟ ୨୦୨୩ ମଧ୍ୟରେ ଓଡ଼ିଶା ସରକାର ଓଜିଏସ୍‌ଟି ଓ ଆଇଜିଏସ୍‌ଟି ବାବଦକୁ ୧୭୩୩.୬୨ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରିଛନ୍ତିି । ହେଲେ ଅଗଷ୍ଟ ୨୦୨୨ରେ ଜିଏସ୍‌ଟି ଆଦାୟ ପରିମାଣ ଥିଲା ୧୨୫୪.୨୪ କୋଟି । ଅର୍ଥାତ ପୂର୍ବାପେକ୍ଷା ଏବର ହାର ୩୮.୨୨% ଅଭିବୃଦ୍ଧି ହୋଇଛି । ତାହା ଏକ ରେକର୍ଡ଼ । ତେବେ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ଓଜିଏସ୍‌ଟି ଓ ଆଇଜେଏସ୍‌ଟି ସେଟେଲମେଣ୍ଟ ବାବଦକୁ ମୋଟ୍ ୮୮୭୭.୨୧ କେଟି ଟଙ୍କାର ରାଜସ୍ୱ ସଂଗ୍ରହ ହୋଇଛି । ଓଡ଼ିଶା ଅର୍ଥ ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶିତ ତଥ୍ୟ ଅନୁସାରେ ଜିଏସ୍‌ଟି ଆଦାୟରେ ନୂଆ ରେକର୍ଡ଼ ସୃଷ୍ଟି ହୋଇଛି । ଏଥିଯୋଗୁଁ ରାଜସ୍ୱ ଆଦାୟରେ ଉନ୍ନତି ଘଟିଛି । ରାଜ୍ୟ ବାଣିଜ୍ୟକର ଓ ଜିଏସ୍‌ଟି ବିଭାଗ ଦ୍ୱାରା ଆଦାୟ କରାଯାଉଥିବା ବିଭିନ୍ନ ଟିକସ୍ ଯଥା ଜିଏସ୍‌ଟି, ଭାଟ୍‌, ପ୍ରବେଶ ଶୁଳ୍କ, ବୃତ୍ତିକର ବାବଦକୁ ୨୦୨୩ ଜୁନ୍ ମାସରେ ୨୮୬୫.୦୧ କୋଟି ଟଙ୍କା ଆଦାୟ କରାଯାଇଥିଲା । ହେଲେ ୨୦୨୨ ଜୁନ୍‌ରେ ଏହି ସଂଗ୍ରହ ପରିମାଣ ଥିଲା ୨୫୧୬.୮୧ କୋଟି ଟଙ୍କା । ଏକ୍ଷେତ୍ରରେ ଅଭିବୃଦ୍ଧି ହାର ୧୩.୮୪% ଥିଲା । ଅଗଷ୍ଟ ୨୦୨୩ରେ ଓଜିଏସ୍‌ଟି ବାବଦକୁ ରେକର୍ଡ଼ ପରିମାଣରେ ୧୩୩୨.୯୯ କୋଟି ଟଙ୍କାର ରାଜସ୍ୱ ସମ୍ଭବ ହୋଇଛି ।

ହେଲେ ଅଗଷ୍ଟ ୨୦୨୨ରେ ୧୦୨୮.୦୭ ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିଲା । ଅର୍ଥା ପୂର୍ବ ବର୍ଷ ତୁଳନାରେ ୨୯.୬୬% ଅଭିବୃଦ୍ଧି ହୋଇଛି । ସେହିପରି ଗତ ଜୁନ୍ ମାସ ସୁଦ୍ଧା ରାଜ୍ୟ ଜିଏସ୍‌ଟି ଓ ସମନ୍ୱିତ ଜିଏସ୍‌ଟି ଫଇସଲା ବାବଦକୁ ଓଡ଼ିିଶା ସାମଗ୍ରିକ ଭାବେ ୫୬୬୧.୯୭ କୋଟି ଟଙ୍କା ସଂଗ୍ରହ କରିଥିଲା । ୨୦୨୩ ଅଗଷ୍ଟ ସୁଦ୍ଧା ସାମଗ୍ରିକ ଜିଏସ୍‌ଟି ଫଇସଲା ବାବଦକୁ ମୋଟ୍ ୮୮୭୭.୨୧ କେଟି ଟଙ୍କା ସଂଗ୍ରହ ହୋଇଛି । ଉଲ୍ଲେଖନୀୟ ଯେ, ଗତ ଜୁନ ୨୦୨୩ରେ ସର୍ବଭାରତୀୟ ସ୍ତରରେ ଜିଏସ୍‌ଟି ଆଦାୟ ପରିମାଣ ୧.୬୧ ଲକ୍ଷ କୋଟି ଥିଲାବେଳେ ଜୁଲାଇ ୨୦୨୨ରେ ୧ ଲକ୍ଷ ୪୫ ହଜାର କୋଟି ଥିଲା । ପଞ୍ଚମ ଥର ପାଇଁ ଜିଏସ୍‌ଟି ଆଦାୟ ୧.୬ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି । ତେବେ ଜୁଲାଇ ମାସରେ ଆଦାୟ ହୋଇଥିବା ୧,୬୫,୧୦୫ କୋଟିର ଜିଏସ୍‌ଟି ରାଜସ୍ୱ ମଧ୍ୟରୁ ୨୯,୭୭୩ କୋଟି ଟଙ୍କାର କେନ୍ଦ୍ରୀୟ ଜିଏସ୍‌ଟି, ୩୭,୬୨୩ କୋଟି ଟଙ୍କାର ରାଜ୍ୟ ଜିଏସ୍‌ଟି ଏବଂ ସାମଗ୍ରୀ ଆମଦାନୀ ଉପରେ ଆଦାୟ ହୋଇଥିବା ୪୧,୨୩୯ କୋଟି ଟଙ୍କାକୁ ମିଶାଇ ୮୫,୯୩୦ କୋଟି ଟଙ୍କାର ସମନ୍ୱିତ ଜିଏସ୍‌ଟି ଅନ୍ତର୍ଭୁକ୍ତ ରହିଛି । ସେହିପରି ସାମଗ୍ରୀ ଆମଦାନୀ ବାବଦରେ ଆଦାୟ ହୋଇଥିବା ୮୪୦ କୋଟି ଟଙ୍କାକୁ ମିଶାଇ ସେସ୍ ପରିମାଣ ୧୧,୭୭୯ କୋଟି ଟଙ୍କା ରହିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button