ଦେଶ

ଗାଧୋଇବା ବେଳେ ସ୍ତ୍ରୀ ଆଗରେ ବୁଡ଼ିଗଲେ ସ୍ୱାମୀ – Ibnodisha

[ad_1]

ବୀରମହାରାଜପୁର : ଜ୍ୱାଇଁ ଘର ଗାଁରେ ପୋଖରୀରେ ଗାଧୋଇବା ସମୟରେ ସ୍ତ୍ରୀ ଆଗରେ ସ୍ୱାମୀ ପାଣିରେ ବୁଡ଼ିଯାଇଛନ୍ତି । ପାଣିରେ ବୁଡ଼ିଯାଉଥିବା ସ୍ୱାମୀଙ୍କୁ ଉଦ୍ଧାର କରିବା ପାଇଁ ସ୍ତ୍ରୀ ଗୁରୁତର ହୋଇଛନ୍ତି । ଏହି ଅପ୍ରୀତିକର ଅଘଟଣରେ ୮୦ ବର୍ଷୀୟ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ଥାନୀୟ ଲୋକେ ମୃତକଙ୍କ ସ୍ତ୍ରୀଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ମୁର୍ଷୁଣ୍ଢି ପଞ୍ଚାୟତ ଅନ୍ତର୍ଗତ କର୍ଡାପାଲ ଗ୍ରାମରେ ଶୁକ୍ରବାର ଏହି ଅଘଟଣ ଘଟିଛି । ମୃତ ବ୍ୟକ୍ତି ହେଲେ ଉଦ୍ଧବ ପଧାନ(୭୫) । ଗୁରୁତର ମାଳତୀ ପଧାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଅନ୍ତର୍ଗତ ଭରତାପୁର ଗ୍ରାମପଞ୍ଚାୟତର ବିଶ୍ୱନାଥପୁର ଗ୍ରାମର ଉଦ୍ଧବ ପଧାନ ନିଜ ସ୍ତ୍ରୀ ମାଳତୀଙ୍କ ସହିତ ଜ୍ୱାଇଁଙ୍କ ଘର ତଥା ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅଧୀନ କର୍ଡାପାଲ ଗ୍ରାମକୁ ଆସିଥିଲେ । ତାଙ୍କ ଜ୍ୱାଇଁ ବାଇଧର ବିଶ୍ୱାଳ କିଡ୍‌ନି ରୋଗରେ ଆକ୍ରାନ୍ତ ହୋଇ ଏବେ ବୌଦ୍ଧରେ ଡ଼ାଇଲିସିସ୍ ହେଉଛନ୍ତି ।

ତାଙ୍କୁ ଦେଖିବାକୁ ଉଭୟ ସ୍ୱାମୀ ଓ ସ୍ତ୍ରୀ ଆସିଥିଲେ । ଉଭୟ ସ୍ୱାମୀ ସ୍ତ୍ରୀ ଆଜି ମଧ୍ୟାହ୍ନରେ ଗ୍ରାମର ପାନଖିଆ ବନ୍ଧକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ବେଳେ ସ୍ୱାମୀ ଉଦ୍ଧବଙ୍କ ଗୋଡ ଖସି ଯିବାରୁ ସେ ପାଣିରେ ବୁଡି ଯାଇଥିଲେ । ତାଙ୍କୁ ଉଦ୍ଧାର କରିବାକୁ ଯାଇ ତାଙ୍କ ସ୍ତ୍ରୀ ମାଳତୀ ମଧ୍ୟ ଗୁରୁତର ହୋଇଥିଲେ । ଖବର ପାଇ ବୀରମହାରାଜପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଉଭୟ ଉଦ୍ଧବ ଓ ମାଳତୀଙ୍କୁ ଉଦ୍ଧାର କରି ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ଉଦ୍ଧବଙ୍କୁ ମୃତ ଘୋଷଣା କରିଥିଲେ । ଖବର ଲେଖାଯିବା ପର୍ଯ୍ୟନ୍ତ ମାଳତୀଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ଜଣାପଡିଛି । ପୁଲିସ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି । ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ସ୍ଥାନୀୟ ଥାନା ଅଧିକାରିଣୀ ରଜେଶ୍ୱରୀ ଭୋଇ ପ୍ରକାଶ କରିଛନ୍ତି । ଦୁର୍ଘଟଣା ଖବର ପାଇଁ ବ୍ଲକ୍ ଉପାଧ୍ୟକ୍ଷ ନାରାୟଣ ଲୁହା ମଧ୍ୟ ଘଟଣାସ୍ଥଳକୁ ପହଞ୍ଚି ଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button