ଦେଶ

ଏତେ ସୁନ୍ଦର ହ୍ୟାଣ୍ଡ ରାଇଟିଙ୍ଗ ଆପଣ ପୂର୍ବରୁ କେବେ ଦେଖି ନଥିବେ, କମ୍ପୁଟର ଲେଖାବି ଏହି ହ୍ୟାଣ୍ଡ ରାଇଟିଙ୍ଗ ଆଗେରେ ହାର ମାନିବ

ନିଜ ସ୍କୁଲ ଦିନ ଗୁଡିକ କିଏ ଅବା ଭୁଲି ପାରିବ ଓ ଏଥିପାଇଁ ଆପଣଙ୍କୁ ବି ନିଶ୍ଚୟ ମନେ ଥିବ କି ଯେବେ ଆପଣ ସ୍କୁଲରେ ଥିଲେ, ସେତେବେଳେ ଆପଣଙ୍କ କ୍ଳାସର ବି ବହୁତ ପିଲାଙ୍କର ହ୍ୟାଣ୍ଡ ରାଇଟିଙ୍ଗ ବହୁତ ଖରାପ ଥିବ ଯାହା କାରଣରୁ ସେମାନଙ୍କୁ ପ୍ରତିଦିନ ହ୍ୟାଣ୍ଡ ରାଇଟିଙ୍ଗ କାରଣରୁ ଟିଚର ଙ୍କ ଠାରୁ ଗାଳି ମଧ୍ୟ ଶୁଣିବାକୁ ପଡୁଥିବ ଓ ସେହି କ୍ଳାସ ରେ କିଛି ଏମିତିକା ପିଲା ଥିବେ ଯାହାର ହ୍ୟାଣ୍ଡ ରାଇଟିଙ୍ଗ ଏତେ ଭଲ ଥାଏ କି ଯାହା କାରଣରୁ ଏମାନେ ଅନ୍ୟମାନଙ୍କ ତୁଳନାରେ ଭଲ ନମ୍ବର ପାଇଥାନ୍ତି ଓ ଏମିତିକା ପିଲାଙ୍କ ଉପରେ ଟିଚର ବି ବହୁତ ଖୁସି ହୋଇଥାନ୍ତି ।

Image courtesy: Google

ହ୍ୟାଣ୍ଡ ରାଇଟିଙ୍ଗ ବିଷୟରେ ଏହା ବି କୁହାଯାଇଥାଏ କି କୌଣସି ବି ବ୍ୟକ୍ତିର ହ୍ୟାଣ୍ଡ ରାଇଟିଙ୍ଗ ତାର ଚରିତ୍ରର ପରିଚୟ ପତ୍ର ହୋଇଥାଏ ଏଥିପାଇଁ ସମସ୍ତେ ଏହା ହିଁ ଚାହାଁନ୍ତି କି ତାର ହ୍ୟାଣ୍ଡ ରାଇଟିଙ୍ଗ ସବୁଠୁ ସୁନ୍ଦର ହେଉ ଓ ସୁନ୍ଦର ହ୍ୟାଣ୍ଡ ରାଇଟିଙ୍ଗ ର ପ୍ରଶଂସା ସବୁ ଜାଗାରେ ହୋଇଥାଏ । କିନ୍ତୁ ଏହି ଇଚ୍ଛା ସମସ୍ତଙ୍କର ପୁରା ହୋଇ ନଥାଏ କିନ୍ତୁ ବହୁତ ଲୋକ ଲକ୍ଷେ ଚେଷ୍ଟା କରି ମଧ୍ୟ ତାଙ୍କର ହ୍ୟାଣ୍ଡ ରାଇଟିଙ୍ଗ ଭଲ ହୋଇପାରେ ନାହିଁ ସେଇଠି ଦୁନିଆରେ କିଛି ଏମିତି ବି ଲୋକ ଅଛନ୍ତି ଯାହାର ହ୍ୟାଣ୍ଡ ରାଇଟିଙ୍ଗ ଏତେ ଭଲ କି ଏମାନଙ୍କ ସାମ୍ନାରେ କମ୍ପୁଟର ବି ଲାଜେଇ ଯିବ । ଯଦି ଆମେ ଚାହିଁବା ନିଜ ପରିଶ୍ରମରେ ଆମେ କିଛି କରି ପାରିବା କାରଣ ପରିଶ୍ରମ କରୁଥିବା ଲୋକକୁ ଭଗବାନ ବି ସାହାର୍ଯ୍ୟ କରିଥାନ୍ତି ଓ ଏହି କଥାର ଏକ ଭଲ ଉଦାହରଣ ଦେଖିବାକୁ ମିଳିଛି ନେପାଳ ରେ ରହୁଥିବା ପ୍ରକୃତି ମାଲ୍ଲା ।

Image courtesy: Google

ସାଧାରଣତଃ ଆପଣ ବହୁତ ଲୋକଙ୍କର ଭଲ ହ୍ୟାଣ୍ଡ ରାଇଟିଙ୍ଗ ଦେଖିଥିବେ, କିନ୍ତୁ ପ୍ରକୃତି ମାଲ୍ଲାଙ୍କ ହ୍ୟାଣ୍ଡ ରାଇଟିଙ୍ଗ କିଛି ଅଲଗା ଅଟେ । ଏହି ଝିଅଙ୍କର ଲେଖା ଏତେ ଅଧିକ ପର୍ଫେକ୍ଟ କି ଏହା କୌଣସି କୋଣରୁ ମଧ୍ୟ ହାତରେ ଲେଖା ହୋଇଥିବା ଜଣା ପଡେ ନାହିଁ । ତାଙ୍କ ହାତରେ ଲେଖା ଯାଇଥିବା କପି କୁ ଦେଖି ଏମିତି ଲାଗେ କି କମ୍ପୁଟର ରୁ ବାହାରି ଥିବା କୌଣସି ପ୍ରିଣ୍ଟ ଆଉଟ ଅଟେ ।

Image courtesy: Google

ଆପଣଙ୍କୁ ଜଣାଇ ଦେଉଛୁ କି ଏହି ସୁନ୍ଦର ହ୍ୟାଣ୍ଡ ରାଇଟିଙ୍ଗ ର ମାଲିକାଣୀ ପ୍ରକୃତି ଅଷ୍ଟମ କ୍ଳାସ ର ଷ୍ଟୁଡେଣ୍ଟ ଅଟନ୍ତି ଯିଏ ନେପାଳର ସୈନିକ ଆବାସୀୟ ମହାବିଦ୍ୟାଳୟରେ ପଢନ୍ତି । ଏହି ସୁନ୍ଦର ହ୍ୟାଣ୍ଡ ରାଇଟିଙ୍ଗ ପାଇଁ ପ୍ରକୃତିଙ୍କୁ ନେପାଳ ସରକାର ଓ ସେନାଙ୍କ ଦ୍ଵାରା ପୁରସ୍କୃତ ମଧ୍ୟ କରାଯାଇଛି କାରଣ କଳାର ସମ୍ମାନ ସବୁ ଜାଗାରେ ହୋଇଥାଏ ଓ ଏହି କାରଣରୁ ଆଜି ପ୍ରକୃତି ଏହି ଜାଗାରେ ଆସି ପହଞ୍ଚିଛନ୍ତି କି ତାଙ୍କ ହ୍ୟାଣ୍ଡ ରାଇଟିଙ୍ଗ ପୁରା ଦୁନିଆ ଦେଖି ପ୍ରଶଂସା କରୁଛନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button