ଦେଶ

ବଢ଼ିଲା ଆଧାର କାର୍ଡ ଅପଡେଟର ସମୟସୀମା – Ibnodisha

[ad_1]

ନୂଆଦିଲ୍ଲୀ : ଆଧାର କାର୍ଡର ମାଗଣା ଅପଡେଟ୍ ପାଇଁ କେନ୍ଦ୍ର ସରକାର ସମୟସୀମା ବୃଦ୍ଧି କରିଛନ୍ତି । ମାର୍ଚ୍ଚ ୧୪ ଅପଡେଟର ଶେଷ ତାରିଖ ଥିବା ବେଳେ ବର୍ତ୍ତମାନ ଆପଣ ଜୁନ୍ ୧୪ ପର୍ଯ୍ୟନ୍ତ ଆଧାର କାର୍ଡ ଅପଡେଟ୍ କରିପାରିବେ । ଏନେଇ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ସୂଚନା ଦେଇଛି ୟୁଆଇଡିଏଆଇ । ଏହି ମାଗଣା ସେବା କେବଳ ମାଇଆଧାର ପୋର୍ଟାଲରେ ଉପଲବ୍ଧ ହେବ । ଏହାଦ୍ଵାରା କୋଟି କୋଟି ଲୋକ ଉପକୃତ ହେବେ । ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଗତ କିଛି ଦିନ ତଳେ ସମସ୍ତ ଆଧାର କାର୍ଡ ୟୁଜର୍ସଙ୍କୁ ନିଜ ୧୦ବର୍ଷ ପୁରୁଣା ଆଧାର କାର୍ଡକୁ ଅପଡେଟ କରିବାକୁ କେନ୍ଦ୍ର ସରକାର କହିଥିଲେ । ୟୁଆଇଡିଏଆଇ ଅନୁସାରେ, ୟୁଜର୍ସମାନେ ମାଇଆଧାର ପୋର୍ଟାଲରେ ମଧ୍ୟ ସମସ୍ତ ଅପଡେଟ୍ କରିପାରିବେ । ଏଥିପାଇଁ ୟୁଜର୍ସମାନଙ୍କୁ ଆଧାର ଅପଡେଟ ସମ୍ବନ୍ଧୀୟ ସମସ୍ତ ଡକ୍ୟୁମେଣ୍ଟ ଅପଲୋଡ କରିବାକୁ ପଡିବ । ଏହା ବ୍ୟତୀତ ୟୁଜର୍ସମାନେ ଅଫଲାଇନରେ ମଧ୍ୟ ଆଧାର କାର୍ଡ ଅପଡେଟ କରିପାରିବେ । ଯଦି ଜଣେ ୟୁଜର ଅନଲାଇନ ବଦଳରେ ଆଧାର ସେଣ୍ଟରରେ ନିଜ ଆଧାର ଅପଡେଟ କରିବାକୁ ଚାହିଁବେ ତେବେ ସେମାନଙ୍କୁ ଏଥିପାଇଁ ଟଙ୍କା ଦେବାକୁ ପଡିବ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button