ଦେଶ

ଗାଜାରେ ଦୈନିକ ୪ ଘଣ୍ଟା ହେବ ଯୁଦ୍ଧ ବିରତି – Ibnodisha

[ad_1]

ଗାଜା : ଗାଜାରେ ଦୈନିକ ୪ ଘଣ୍ଟା ହେବ ଯୁଦ୍ଧ ବିରତି । ଯୁଦ୍ଧରେ ବିରାମ ପାଇଁ ସହମତି ପ୍ରକାଶ କରିଛି ଇସ୍ରାଏଲ । ଉତ୍ତର ଗାଜାରୁ ଦକ୍ଷିଣ ଗାଜାକୁ ସୁରକ୍ଷିତ ପଳାୟନ ପାଇଁ ୪ ଘଣ୍ଟା ଯୁଦ୍ଧରେ ବିରାମ ଲଗାଯିବ । ଏହି ସମୟରେ ଗାଜାରେ ମାନବୀୟ ସହାୟତାକୁ ତ୍ବରାନ୍ବିତ କରାଯିବ । ଏବେ ଗାଜାକୁ ଘେରାବନ୍ଦୀ କରି ଘମାଘୋଟ ଆକ୍ରମଣ ଜାରି ରଖିଛି ଇସ୍ରାଏଲ । ସେପଟେ ଲେବାନନରେ ଇସ୍ରାଏଲ ଏୟାରଷ୍ଟ୍ରାଇକ କରିଛି । ହେଜବୋଲ୍ଲା ଆତଙ୍କବାଦୀ ଆଡ୍ଡା ଉପରେ ଇସ୍ରାଏଲ ହମଲା ଜାରି ରଖିଛି । ଆତଙ୍କବାଦୀଙ୍କ ଆଡ୍ଡା ଧ୍ବଂସ କରିଛି ଇସ୍ରାଏଲର ଫାଇଟର ଜେଟ୍ । ହମାସର ଅଧୀନରେ ଥିବା ଅଞ୍ଚଳ ଘେରାବନ୍ଦୀ । ଉତ୍ତରାଞ୍ଚାଳ ଗାଜାର ଏହି ଅଞ୍ଚଳକୁ କବଜା କରିଛି ଇସ୍ରାଏଲ । ସେପଟେ ଦକ୍ଷିଣ ୟୁନିସରେ ଇସ୍ରାଏଲର ଏୟାରଷ୍ଟ୍ରାଇକ ଜାରି ରହିଛି । କେବଳ ଗୋଟିଏ ଦିନରେ ଗାଜା ଛାଡିଛନ୍ତି ପ୍ରାୟ ୫୦ ହଜାର ଲୋକ । ବର୍ତ୍ତମାନ ସୁଦ୍ଧା ୧୦ ହଜାର ୫୦୦ରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟିଥିବାବେଳେ ସେମାନଙ୍କ ମଧ୍ୟରେ ଶିଶୁ ଅଛନ୍ତି ୪ ହଜାର ୩୦୦ । ସେପଟେ ଗାଜାର ହସ୍ପିଟାଲଗୁଡିକୁ ନିଜର ସୈନ୍ୟଙ୍କ ଲାଗି ହମାସ ବ୍ୟବହାର କରୁଛି ବୋଲି ଅଭିଯୋଗ କରିଛି ଇସ୍ରାଏଲ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button