ତାରା ସୁତାରିଆଙ୍କ ପ୍ରେମରେ କାର୍ତ୍ତିକ ! – Ibnodisha

[ad_1]
ନୂଆଦିଲ୍ଲୀ: ବଲିଉଡରେ ପ୍ରତିଦିନ ଅନେକ ସମ୍ପର୍କ ଗଢ଼ିଉଠେ ଓ ଅନେକ ଭାଙ୍ଗେ। ଏବେ ବଲିଉଡରେ ଆଉ ଦୁଇ କଳାକାରଙ୍କ ମଧ୍ୟରେ ସମ୍ପର୍କ ଗଢ଼ିଉଠିଥିବା ଜଣାପଡ଼ିଛି। ବଲିଉଡର ଦୁଇ ଲୋକପ୍ରିୟ କଳାକାର ଏବେ ପରସ୍ପରକୁ ଡେଟ କରିବା ଆରମ୍ଭ କରିଛନ୍ତି। ସେହି ଦୁଇ କଳାକାରମାନେ ହେଲେ କାର୍ତ୍ତିକ ଆରୟନ୍ ଏବଂ ତାରା ସୁତାରିଆ। ଦୁହେଁ ଏକା ସାଙ୍ଗରେ ‘ଡିନର ଡେଟ’ରେ ଯିବା ପରେ ଡେଟିଂ ଚର୍ଚ୍ଚା ଆରମ୍ଭ ହୋଇଛି। ଦୁହିଁଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଉଭୟ ଏକ ରେସ୍ତୋରାଁ ବାହାରକୁ ଆସୁଥିବାର ଦେଖାଯାଇଛି। ଏହା ସହ କାରରେ ବସିବା ପୂର୍ବରୁ ତାରା, କାର୍ତ୍ତିକଙ୍କୁ ଆଲିଙ୍ଗନ କରୁଛନ୍ତି। ତାରାଙ୍କୁ କାରରେ ବସାଇବା ପରେ କାର୍ତ୍ତିକ ସେଠାରୁ ନିଜ କାରରେ ବସି ଚାଲିଯାଉଛନ୍ତି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଦୁହେଁ ପରସ୍ପରକୁ ଡେଟ କରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଭିଡିଓ ଭାଇରାଲ ହେବା ପରେ ଲୋକେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ କ’ଣ ବୋଲି ପଚାରିବା ଆରମ୍ଭ କରିଛନ୍ତି। ହେଲେ ଏହି ୨କଳାକାର ହେଉଥିବା ଡେଟିଂ ଚର୍ଚ୍ଚା ଉପରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।
[ad_2]