ଦେଶ

ବଢୁଛି କରୋନା ହାର; ହସ୍ପିଟାଲ ଗୁଡିକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କଲା ବିଏମସି …. – Ibnodisha

[ad_1]

ମୁମ୍ବାଇ: ଗତ କିଛି ଦିନ ହେବ ମୁମ୍ବାଇରେ କରୋନାର ନୂଆ ମାମଲା ପୁଣି ବଢିବାରେ ଲାଗିଛି। କରୋନାର ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ବିଏମସି ସାଧାରଣ ଲୋକଙ୍କ ପାଇଁ ଚେତାବନୀ ଜାରି କରିଛି । ଏନେଇ ମଙ୍ଗଳବାର ଅନୁଷ୍ଠିତ ଏକ ବୈଠକରେ ବିଏମସି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଏଥିରେ ବୃଦ୍ଧ ମାନଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରିବା, କରୋନା ସମ୍ବନ୍ଧରେ ଦିଆଯାଇଥିବା ନିୟମ ଅନୁସରଣ କରିବାକୁ ଅନୁରୋଧ କରିଛି । ସୂଚନାଥାଉକି, ଯେ ଗତ ଏକ ସପ୍ତାହ ମଧ୍ୟରେ ମୁମ୍ବାଇରେ ୧୫ ଶହରୁ ଅଧିକ ମାମଲା ରୁଜୁ ହୋଇଛି । ମୁମ୍ବାଇର ବିଭିନ୍ନ ଡାକ୍ତରଖାନାରେ ୧୦୨ ରୋଗୀ ଭର୍ତ୍ତି ହୋଇଛନ୍ତି । ସେଥିମଧ୍ୟରୁ ୩୫ ଜଣ ରୋଗୀ ଅମ୍ଳଜାନ ସହାୟତାରେ ଅଛନ୍ତି । ବିଏମସି ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ, ସମସ୍ତ ବିଏମସି ଡାକ୍ତରଖାନାରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ ।

କରୋନାର ବଢୁଥିବା ମାମଲା ମଧ୍ୟରେ ବିଏମସି ଆଗାମୀ ଦିନରେ ମୁମ୍ବାଇରେ କରୋନା ପରୀକ୍ଷାକୁ ବୃଦ୍ଧି କରିବ । ସମସ୍ତ ଡାକ୍ତରଖାନାରେ ଅମ୍ଳଜାନ ପ୍ଲାଣ୍ଟ କାର୍ଯ୍ୟ କରୁଛି କି ନାହିଁ, ସେମାନଙ୍କୁ ସଠିକ୍ ଯୋଗାଇ ଦିଆଯାଉଛି କି ନାହିଁ ତାହାର ଏକ ଅଡିଟ୍ ମଧ୍ୟ କରିବ । ବିଏମସି ହସ୍ପିଟାଲରେ ଗ୍ଲୋବସ୍, ମାସ୍କ, ପିପିଇ କିଟ୍ ସହିତ ଔଷଧର ଷ୍ଟକ୍ ସମୀକ୍ଷା ହେବ । ଯଦି ଆବଶ୍ୟକ ପଡେ ତେବେ ତୁରନ୍ତ କ୍ରୟ କରାଯିବ । ଏହା ସହିତ ୱାର୍ଡ ଗୁଡିକରେ କକ୍ଷଗୁଡ଼ିକୁ ସମ୍ପୂର୍ଣ୍ଣ ସଫା ସୁତୁରା ରଖାଯଯିବା ଉପରେ ନଜର ରଖାଯିବ । କରୋନାକୁ ରୋକିବାରେ ଏହାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହା ବ୍ୟତୀତ ଘରୋଇ ଏବଂ ବିଏମସି ଡାକ୍ତରଖାନାରେ ଅସ୍ତ୍ରୋପଚାର ପାଇଁ ଭର୍ତ୍ତି ହୋଇଥିବା ରୋଗୀଙ୍କ ପାଇଁ କରୋନା ପରୀକ୍ଷା କରାଯିବ । ଯଦି ପଜିଟିଭ୍ ମିଳେ ଏବଂ ଯଦି ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ନୁହେଁ, ତେବେ ଅସ୍ତ୍ରୋପଚାର ସ୍ଥଗିତ ରଖାଯିବ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button