ମନୋରଞ୍ଜନ

ପତ୍ନୀଙ୍କ ଚିକିତ୍ସା ପାଇଁ ଋଣ ନେଇ ଶୁଝିପାରିଲେନି ବୃଦ୍ଧ, ସାହାଯ୍ୟ ପାଇଁ ଆଗକୁ ଆସିଲେ ସୋନୁ – Ibnodisha

[ad_1]

ନୂଆଦିଲ୍ଲୀ: କୋଭିଡ-୧୯ ସମୟରେ ହୋଇଥିବା ଲକଡାଉନ୍ ହେତୁ ଲୋକେ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏହି ସମୟରେ ବଲିଉଡ ଅଭିନେତା ସୋନୁ ସୁଦ ସେମାନଙ୍କ ପାଇଁ ଭଗବାନ ସାଜି ଆସିଥିଲେ। ବିଭିନ୍ନ ସ୍ଥାନରେ ଫସି ରହିଥିବା ଲୋକଙ୍କୁ ରହିବାର ସୁବିଧା ଦେବା ସହ ଘରକୁ ପଠାଇବାର ବ୍ୟବସ୍ଥା ଓ ଖାଇବାର ବ୍ୟବସ୍ଥା କରିଥିଲେ ସୋନୁ। ଭାରତ ସହ ଭାରତ ବାହାରେ ଫସିଥିବା ଲୋକଙ୍କୁ ମଧ୍ୟ ସୋନୁ ସାହାଯ୍ୟ କରିଥିଲେ। ଏବେ କରୋନା ଭୂତାଣୁର ପ୍ରଭାବ କମ ହୋଇଥିଲେ ବି ଲୋକଙ୍କୁ ସାହାଯ୍ୟ କରିବା ଛାଡ଼ି ନାହାନ୍ତି ସୋନୁ। ଏବେ ସେ ବିହାରର ୬୫ବର୍ଷୀୟ ଖିଲାନନ୍ଦ ଝାଙ୍କୁ ସାହାଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି।

ନିକଟରେ ‌ସୋନୁ ସୁଦଙ୍କୁ ଭେଟିବା ପାଇଁ ମୁମ୍ବାଇରେ ପହଞ୍ଚିଥିଲେ ଖିଲାନନ୍ଦ ଝା। ସଂଗ୍ରାମ ଏବଂ ଆର୍ଥିକ ସଙ୍କଟରେ ପରିପୂର୍ଣ୍ଣ ଥିବା ଖିଲାନନ୍ଦ ଝାଙ୍କ କାହାଣୀ ସୋନୁ ସୁଦଙ୍କୁ ଦୋହଲାଇ ଦେଇଥିଲା। ସବୁ ଜାଣିବା ପରେ ସୋନୁ, ଖିଲାନନ୍ଦଙ୍କୁ ସାହାଯ୍ୟର ହାତ ବଢ଼ାଇଥିବା ଜଣାପଡ଼ିଛି।

ସୂଚନା ମୁତାବକ, ପକ୍ଷାଘାତ କାରଣରୁ ଖିଲାନନ୍ଦ ଝାଙ୍କ ପତ୍ନୀ ମିନୋତି ପାସୱାନଙ୍କ ଦେହାନ୍ତ ହୋଇଥିଲା। ତାଙ୍କ ଚିକିତ୍ସା ପାଇଁ ପ୍ରାୟ ୧୨ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା ଏବଂ ଋଣ କରି ପତ୍ନୀଙ୍କ ଚିକିତ୍ସା ଖର୍ଚ୍ଚ ଉଠାଇଥିଲେ ଖିଲାନନ୍ଦ। ହେଲେ ଋଣ ଶୁଝିବା ପାଇଁ ତାଙ୍କ ପାଖରେ ଟଙ୍କା ନଥିଲା। ପତ୍ନୀଙ୍କ ମୃତ୍ୟୁ ପରେ ‌ସେ ଋଣ ଶୁଝିବା ପାଇଁ ଚେଷ୍ଟା କରିଥିଲେ ବି ତାହା ସମ୍ଭବ ନଥିଲା। ପରେ ଋଣ ଶୁଝିନପାରିବାରୁ ସେ ସୋନୁଙ୍କ ସାହାଯ୍ୟ ନେବାକୁ ସ୍ଥିର କରିଥିଲେ। ଏନେଇ ସେ ମୁମ୍ବାଇରେ ପହଞ୍ଚି ସୋନୁଙ୍କୁ ତାଙ୍କ ଅଫିସରେ ଭେଟିଥିଲେ। ବୃଦ୍ଧଙ୍କ କାହାଣୀ ଶୁଣିବା ପରେ ଅଭିନେତା ତୁରନ୍ତ ତାଙ୍କୁ ସାହାଯ୍ୟ କରିବାକୁ ରାଜି ହୋଇଥିବା ବୋଲି ଜଣାପଡ଼ିଛି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button