ଅପରାଧ

ସାନଭଉଣୀକୁ ଗୁଳି ମାରିଲା ବଡ଼ଭଉଣୀ; ହେଲେ କାହିଁକି ଜାଣିଛନ୍ତି? – Ibnodisha

[ad_1]

ନୂଆଦିଲ୍ଲୀ: ସ୍ୱାମୀଙ୍କ ସହିତ ପରକୀୟ ପ୍ରୀତି କରୁଥିବା ସନ୍ଦେହ କରି ଉତ୍ତରପୂର୍ବ ଦିଲ୍ଲୀ ଅନ୍ତର୍ଗତ ଶାସ୍ତ୍ରୀ ପାର୍କ ଅଞ୍ଚଳରେ ଜଣେ ୨୦ ବର୍ଷୀୟ ତରୁଣୀ ମୁହଁରେ ତା’ର ବଡ଼ଭଉଣୀ ଗୁଳି ମାରିଥିବା କଥା ଆଜି ପୁଲିସ କହିଛି । ଅଭିଯୁକ୍ତ ବଡ଼ଭଉଣୀ ସୋନୁ ସାନଭଉଣୀ ସୁମେଲା ମୁଣ୍ଡରେ ଅନେକ ଥର ପିସ୍ତଲ୍ ‘ବଟ୍‌’ରେ (ପଛଅଂଶ) ବି ଆଘାତ କରିଥିବା କଥା ପୁଲିସ କହିଛି । ଘଟଣାର ତଦନ୍ତ କରୁଥିବା ପୁଲିସ କହିଛି ଯେ, ସ୍ୱାମୀଙ୍କ ସହିତ ସାନଭଉଣୀର ପରକୀୟା ସମ୍ପର୍କ ଅଛି ବୋଲି ସନ୍ଦେହ କରି ସୋନୁ ଏଭଳି କରିଛି ।

ବୁଧବାର ସନ୍ଧ୍ୟାରେ ଶାସ୍ତ୍ରୀ ପାର୍କ ଅନ୍ତର୍ଗତ ବୁଲନ୍ଦ ମସ୍‌ଜିଦ୍‌ରେ ବାସ କରୁଥିବା ସୁମେଲା ରିପୋର୍ଟ କରିଥିଲେ ଯେ, ବଡ଼ଭଉଣୀ ସୋନୁ ଗୋଟାଏ ଦେଶୀ ପିସ୍ତଲ୍‌ରୁ ଗୁଳି ଚଳାଇ ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ, ଗୁଳି ସୁମେଲାର ମୁହଁରେ ବିଦ୍ଧ ହୋଇଥିଲା । ଏଥିପାଇଁ ୩୦ ବର୍ଷୀୟ ସୋନୁଙ୍କୁ ଗିରଫ କରାଯାଇ ଶାସ୍ତ୍ରୀ ପାର୍କ ଥାନାରେ ତାଙ୍କ ନାମରେ ‘ଆଇପିସି’ ଅନୁଯାୟୀ ନରହତ୍ୟା ଉଦ୍ୟମ ଓ ‘ଆର୍ମସ୍ ଆକ୍ଟ୍‌’ ମାମଲା ରୁଜୁ କରାଯାଇଛି ବୋଲି ପୁଲିସ ଅଧିକାରୀମାନେ କହିଛନ୍ତି ।

The post ସାନଭଉଣୀକୁ ଗୁଳି ମାରିଲା ବଡ଼ଭଉଣୀ; ହେଲେ କାହିଁକି ଜାଣିଛନ୍ତି? appeared first on ONA KHABAR.

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button