ରାଜ୍ୟ

ପୂର୍ବତନ ବିଧାୟିକା ତଥା କଟକର ପ୍ରଥମ ମେୟରଙ୍କ ପରଲୋକ – Ibnodisha

[ad_1]

କଟକ: ପୂର୍ବତନ ବିଧାୟିକା ତଥା କଟକର ପୂର୍ବତନ ମେୟର ନିବେଦିତା ପ୍ରଧାନଙ୍କ ପରଲୋକ ହୋଇଯାଇଛି । କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା । ସ୍ୱାସ୍ଥ୍ୟ ଖରାପ ହେବାରୁ ୪ ଦିନ ତଳେ ନିବେଦିତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଆଜି ଅବସ୍ଥା ଗୁରୁତର ହେବା ପରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ୨୦୦୦ ମସିହାରେ କଟକ ସଦର ଆସନରୁ ବିଜେପି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ନିବେଦିତା । ଏହା ପରେ ୨୦୦୩ରୁ ୨୦୦୮ ପର୍ଯ୍ୟନ୍ତ ସେ କଟକ ମହାନଗର ନିଗମର ପ୍ରଥମ ମେୟର ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button