ବିରିୟାନୀରେ ଅଧିକ ଦହି ମାଗିବାରୁ ଗ୍ରାହକଙ୍କୁ ହତ୍ୟା – Ibnodisha
[ad_1]
ହାଇଦ୍ରାବାଦ: ବିରିୟାନୀରେ ଦହି ମାଗିବାରୁ ଗ୍ରାହକଙ୍କୁ ହତ୍ୟା । ରେସ୍ତୋରାଁରେ ଖାଇବା ସମୟରେ କର୍ମଚାରୀଙ୍କୁ ଦୁଇ ଥର ଦହି ମାଗିଥିଲେ ଗ୍ରାହକ । ଏଥିରେ ଉତକ୍ଷିପ୍ତ ହୋଇ ହୋଟେଲ କର୍ମଚାରୀ ତାଙ୍କ ଉପରେ ଆକ୍ରମଣ କରିଥିଲେ । ଫଳରେ ଯୁବକଙ୍କ ମୃତ୍ୟୁ ଘଟିଛି । ହାଇଦ୍ରାବାଦ ସ୍ଥିତ ପଞ୍ଜାଗୁଟ୍ଟାରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତ ଯୁବକ ଜଣକ ହେଉଛନ୍ତି ଚନ୍ଦ୍ରଯାନଗୁଟ୍ଟା ଅଞ୍ଚଳର ଲିୟାକତ । ଏହି ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରି ଘଟଣାର ତଦନ୍ତ କରୁଛି । ସୂଚନା ଅନୁଯାୟୀ, ରବିବାର ଲିୟାକତ ପଞ୍ଜାଗୁଟ୍ଟାରେ ଥିବା ଏକ ରେସ୍ତୋରାଁକୁ ଖାଇବା ପାଇଁ ଯାଇଥିଲେ । ସେଠାରେ ସେ ବିରିୟାନୀ ଅର୍ଡର କରିଥିଲେ । ବିରିୟାନୀ ଖାଇବା ସମୟରେ ସେ ରେସ୍ତୋରାଁ କର୍ମଚାରୀଙ୍କୁ ଦୁଇଥର ଦହି ମାଗିଥିଲେ । ଏଥିରେ କର୍ମଚାରୀ ଜଣକ ବିରକ୍ତି ପ୍ରକାଶ କରିଥିଲେ ।
ଯାହାକୁ ନେଇ ଲିୟାକତ ଏବଂ ଉକ୍ତ କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ କର୍ମଚାରୀ ଜଣକ ଲିୟାକତଙ୍କୁ ଆକ୍ରମଣ କରିଥିଲେ, ଯେଉଁଥିରେ ସେ ଆହତ ହୋଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ଉଭୟଙ୍କୁ ଥାନାକୁ ଆଣିଥିଲା । ଥାନାରେ ପଚରାଉଚରା ସମୟରେ ହଠାତ ଲିୟାକତ ତଳେ ପଡ଼ିଯାଇଥିଲେ । ଏହାପରେ ପୋଲିସ ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । କିନ୍ତୁ ଚିକିତ୍ସାଧୀନ ସମୟରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ଆହତ ସତ୍ତ୍ୱେ ଲିୟାକତଙ୍କୁ ଡାକ୍ତରଖାନା ନେବା ପରିବର୍ତ୍ତେ ପୋଲିସ ତାଙ୍କୁ ଥାନାକୁ ନେଇଥିଲା । ଚିକିତ୍ସାରେ ବିଳମ୍ବ ହେବା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛି । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଅନ୍ୟପଟେ ଘଟଣାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବାର ଲୋକେ ଦାବି କରିଛନ୍ତି ।
The post ବିରିୟାନୀରେ ଅଧିକ ଦହି ମାଗିବାରୁ ଗ୍ରାହକଙ୍କୁ ହତ୍ୟା appeared first on ONA KHABAR.
[ad_2]