ଦେଶ

ମୃତ୍ୟୁ ଦଣ୍ଡାଦେଶ ପାଇଥିବା ୮ ଭାରତୀୟଙ୍କୁ କତାରରେ ଜେଲରେ ଭେଟିଲେ ଭାରତୀୟ ରାଷ୍ଟ୍ରଦୂତ – Ibnodisha

[ad_1]

ନୂଆଦିଲ୍ଲୀ: ଇସ୍ରାଏଲ ପାଇଁ ଗୁପ୍ତଚଗିରି କରିବା ଅଭିଯୋଗରେ କତାରରେ ଗିରଫ ହୋଇ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଭାରତୀୟ ନୌସେନାର ୮ ପୂର୍ବ ଅଧିକାରୀଙ୍କ ସହ ସ୍ଥାନୀୟ ଜେଲରେ ସାକ୍ଷାତ କରିଛନ୍ତି ଭାରତୀୟ ରାଷ୍ଟ୍ରଦୂତ । ଡିସେମ୍ବର ୩ ତାରିଖରେ ଦୋହାରେ ଅବସ୍ଥାପିତ ଭାରତୀୟ ଦୂତାବାସର ରାଷ୍ଟ୍ରଦୂତ କତାର ଜେଲରେ ବନ୍ଦୀ ଥିବା ଏହି ପୂର୍ବ ଅଧିକାରୀମାନଙ୍କୁ ଭେଟି ଆଲୋଚନା କରିଥିବା ନେଇ ଆଜି ବିଦେଶ ମନ୍ତ୍ରଣାଳୟ ପ୍ରବକ୍ତା ଅରିନ୍ଦମ ବାଗଚି ସୂଚନା ଦେଇଛନ୍ତି । କେବଳ ଭାରତୀୟ ରାଷ୍ଟ୍ରଦୂତ ନୁହନ୍ତ ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ପ୍ରସଙ୍ଗରେ କତାର ପ୍ରତିପକ୍ଷଙ୍କ ସହ ଆଲୋଚନା କରିଥିବା ବିଦେଶ ମନ୍ତ୍ରଣାଳୟ ପ୍ରବକ୍ତା ବାଗଚି କହିଛନ୍ତି ।

ବାଗଚିଙ୍କ ସୂଚନା ଅନୁସାରେ, ଦୁବାଇରେ ଆୟୋଜିତ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଅଂଶଗ୍ରହଣ କରିବା ଅବସରରେ କତାରର ଅମିରଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଥିଲେ । ଉଭୟଙ୍କ ମଧ୍‌ଯରେ ହୋଇଥିବା ଦ୍ୱିପାକ୍ଷିକ ଆଲୋଚନାରେ ଭାରତୀୟ ପୂର୍ବ ନୌସୈନିକଙ୍କୁ ଦଣ୍ଡାଦେଶ ମାମଲାରେ ମଧ୍ୟ ଆଲୋଚନା ହୋଇଥିଲା । ଏହି ଆଲୋଚନା ସମ୍ପର୍କରେ ଅଧିକ ତଥ୍ୟ ପ୍ରଦାନ କରିବାକୁ ବାଗଚି ମନା କରିଛନ୍ତି । ଅନ୍ୟପଟେ ଭାରତ ଆଇନଗତ ଭାବେ ମଧ୍ୟ ଏହି ଲଢେଇ ଲଢୁଛି । ଭାରତ କତାର କୋର୍ଟରେ ଏକ ଅପିଲ ମଧ୍ୟ ଦାଏର କରିସାରିଛି । ନଭେମ୍ବର ୨୩ ଓ ୩୦ ତାରିଖରେ ମାମଲାର ଦୁଇଟି ଶୁଣାଣି ଯାଇଛି । ପରବର୍ତ୍ତୀ ଶୁଣାଣି ଖୁବଶିଘ୍ର ହେବା ନେଇ ଆଶା କରାଯାଉଛି । ଯାହା କିଛି ସମ୍ଭବ ଭାରତ ପକ୍ଷରୁ ପ୍ରାଥମିକତାର ସହ ପଦକ୍ଷେପ ଗ୍ରହଣ କରାଯାଉଥିବା ବାଗଚି କହିଛନ୍ତି । ସୂଚନା ଅନୁସାରେ, ଏହି ୮ ପୂର୍ବତନ ନୌସେନାଧିରୀଙ୍କୁ ଗତବର୍ଷ ସେପ୍ଟେମ୍ବରର ଗୁପ୍ତଚରଗିରି କରିବା ଅଭିଯୋଗରେ ଗିରଫ କରିଥିଲା କତାର । ଏମାନେ ପୂର୍ବରୁ ନୌସେନାରେ ଉଚ୍ଚପଦସ୍ଥ ଅଧିକାରୀ ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି ।

ଏମାନଙ୍କ ମଧ୍ୟରେ ଭାରତୀୟ ନୌସେନା ଜାହାଜର କମାଣ ସମ୍ଭାଳିଥିବା ଉଚ୍ଚପଦସ୍ଥ ଅଧିକାରୀ ମଧ୍ୟ ରହିଛନ୍ତି । ଏହି ସମସ୍ତ ପୂର୍ବ ଅଧିକାରୀମାନେ ଭାରତୀୟ ନୌସେନାରୁ ସେବାନିବୃତ୍ତ ହେବା ପରେ କତାରରେ ଏକ ଗ୍ଲୋବାଲ୍ ଟେକ୍ନୋଲୋଜି ଏବଂ କନ୍ସଲଟାନ୍ସ ସର୍ଭିସେସ କମ୍ପାନୀରେ କାର୍ଯ୍ୟ କରୁଥିଲେ । ଏହି କମ୍ପାନୀ କତାର ସଶସ୍ତ୍ର ବାହିନୀକୁ ତାଲିମ ଏବଂ ଆନୁଷଙ୍ଗିକ ସେବା ଯୋଗାଇ ଆସୁଛି । ଏହି ୮ ପୂର୍ବ ଭାରତୀୟ ନୌସୈନିକଙ୍କ ନାମ କ୍ୟାପ୍େଟନ ନବତେଜ ସିଂ ଗିଲ, କ୍ୟାପ୍େଟନ ବିରେନ୍ଦ୍ର କୁମାର ବର୍ମା, କ୍ୟାପ୍େଟନ ସୌରଭ ବାରିଷ୍ଟ, କମାଣ୍ଡର ଅମିତ ନାଗପାଲ, କମାଣ୍ଡର ପୂର୍ଣ୍ଣେନ୍ଦୁ ତିୱାରୀ, କମାଣ୍ଡର ସୁଗୁନାକର ପକାଲା କମାଣ୍ଡର ରାଜୀବ ଗୁପ୍ତା ଓ ସେଲର ରାଗେଶ । ଏମାନଙ୍କୁ ଗୁଇନ୍ଦାଗିରି କରିବା ଅଭିଯୋଗରେ ଗତବର୍ଷ ସେପ୍େଟମ୍ବରରେ ସେମାନଙ୍କ ସ୍ଥାନୀୟ ବାସଭବନରୁ ଗିରଫ କରାଯାଇଥିଲା । ଏହା ପରେ ଏକାଧିକ ସଙ୍ଗୀନ ମାମଲାରେ ଅଭିଯୁକ୍ତ ଭାବେ ଏମାନଙ୍କୁ ଜେଲରେ ରଖାଯାଇଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button