ମନୋରଞ୍ଜନ

‘ବର୍ଡର’ ସି‌ନେମାରୁ କାଟି ଦିଆଯାଇଥିବା କିଛି ଦୃଶ୍ୟକୁ ମନେ ପକାଇ କାନ୍ଦି ପକାଇଥିଲେ ସନ୍ନି – Ibnodisha

[ad_1]

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସନ୍ନି ଦେୱଲ ଓ ଅଭିନେତ୍ରୀ ଅମୀଷା ପଟେଲଙ୍କ ନୂଆ ସିନେମା ‘ଗଦର-୨’ ସମସ୍ତ ରେକର୍ଡ ଭାଙ୍ଗି ଚର୍ଚ୍ଚାରେ ରହିଛି। ବକ୍ସ ଅଫିସରେ ଏହା ଭଲ ରୋଜଗାର କରି ଚାଲିଛି । ଏହି କ୍ରମରେ ଖବର ଆସିଛି କି ସିନେମା ‘ବର୍ଡର’ର କିଛି ଦୃଶ୍ୟ କାଟି ଦିଆଯାଇଥିଲା। ଏହି ଦୃଶ୍ୟ ବିଷୟରେ କଥା ହେଉଥିବା ବେଳେ ସନ୍ନି ଏକ ମଞ୍ଚରେ କାନ୍ଦି ପକାଇଥିଲେ।

ସନ୍ନି କହିଥିଲେ, ‘ ମୁଁ ଭାରତୀୟ ସେନାକୁ ଖୁବ ଭଲ ପାଏ। ‘ବର୍ଡର’ ସିନେମାରେ ଏମିତି ଏକ ଦୃଶ୍ୟ ଥିଲା ଯାହାକୁ ଫାଇନାଲ କଟରେ ହଟାଇ ଦିଆଯାଇଥିଲା। କାରଣ ସିନେମାଟି ଦୀର୍ଘ ହୋଇଯାଉଥିଲା। ତେବେ ସିନେମାରୁ ଯେଉଁ ଦୃଶ୍ୟଟିକୁ କଟା ଯାଇଥିଲା ତାହା ମୋର ଅତିପ୍ରିୟ ଦୃଶ୍ୟ ଥିଲା।

ଏହି ସିନଟି ଥିଲା ମୁଁ ଏକ ଛୋଟ ମନ୍ଦିର ଭିତରେ ଅଛି। ମୁଁ ପଛକୁ ମୋଡ଼ି ଦେଖୁଛି କି ନଷ୍ଟ ହୋଇଯାଇଥିବା ସମସ୍ତ ବଙ୍କର ମଧ୍ୟରୁ ନିଆଁ ଜଳୁଛି। ମୁଁ ସେଠାକୁ ଯାଇ ଦେଖୁଛି ମୋର ସମସ୍ତସାଥୀ ସେଠାରେ ସହିଦ ହୋଇଯାଇଛନ୍ତି। ମୁଁ ସେମାନଙ୍କୁ କହୁଛି, ଚିନ୍ତାକରନାହିଁ ମୁଁ ତୁମ ପରିବାରର ଯତ୍ନ ନେବି। ଭାଙ୍ଗିଯାଇଥିବା ଛାତର ମରାମତି କରିବି। ତୁମ ମା’ଙ୍କ ସହିତ କଥା ହେବି। ’

ଜେପି ଦତ୍ତାଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହୋଇଥିବା ‘ବର୍ଡର’ ସିନେମାରେ ୧୯୭୧ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧ ବାବଦରେ ଦେଖିବାକୁ ମିଳିଥିଲା । ଏହି ସିନେମାରେ ସନି ଦେଓଲ, ପୂଜା ଭଟ୍ଟ, ସୁନିଲ ସେଟ୍ଟୀ, ଜ୍ୟାକି ଶ୍ରଫ ଓ ଅକ୍ଷୟ ଖାନ୍ନା ଭଳି କଳାକାର ଅଭିନୟ କରିଥିଲେ । ଏହା ବଲିଉଡର ସୁପର ହିଟ୍ ସିନେମା ମଧ୍ୟରୁ ଅନ୍ୟତମ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button