ମନୋରଞ୍ଜନ

୧୫ ବର୍ଷ ପରେ ପୁଣି ଟେଲିଭିଜନ ଜଗତକୁ ଫେରିବେ Smriti Irani

ଅଭିନେତ୍ରୀରୁ ରାଜନେତା ସାଜିଥିବା ସ୍ମୃତି ଇରାନୀଙ୍କୁ ସୋ ‘କ୍ୟୁଙ୍କି ସାସ୍ ଭି କଭୀ ବାହୁ ଥି’ରୁ ଏକ ନୂଆ ପରିଚୟ ମିଳିପାରି ଥିଲା । ବର୍ତ୍ତମାନ ସ୍ମୃତି ଇରାନୀ 15 ବର୍ଷ ପରେ ପୁଣି ଟେଲିଭିଜନ ଜଗତକୁ ଫେରିବା ପାଇଁ ଯାଉଛନ୍ତି । ଖବର ରହିଛି ଯେ ସ୍ମୃତି ଇରାନୀ ଅନୁପମାରେ ଏକ ସ୍ୱତନ୍ତ୍ର କ୍ୟାମୋ କରିବେ ।

ସ୍ମୃତି ଇରାନୀଙ୍କୁ ରୁପାଲି ଗାଙ୍ଗୁଲିଙ୍କ ସହିତ ସ୍କ୍ରିନ୍ ସେୟାର୍ କରୁଥିବାର ଦେଖିବାକୁ ମିଳିବ । ଏହି ଖବର ପ୍ରକାଶ ପାଇବା ପରେ ଦୁଇ ଅଭିନେତ୍ରୀଙ୍କୁ ଏକାଠି ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି। ତେବେ ଶୋ’ରେ ସ୍ମୃତିଙ୍କ ଏଣ୍ଟ୍ରୀକୁ ନେଇ ଏପର୍ଯ୍ୟନ୍ତ କୌଣସି ଅଫିସିଆଲି ସୂଚନା ଜାରି କରାଯାଇ ନାହିଁ ।

ଅନୁପମା ଶୋ’ରେ ଅନେକ ନୂଆ ଚରିତ୍ରଙ୍କର ଏଣ୍ଟ୍ରି ହୋଇଛି, ସେହିପରି ଅନେକ ପୁରୁଣା ତାରକା ଏହି ସୋ ଛାଡିଛନ୍ତି । ରୁପାଲି ଗାଙ୍ଗୁଲି, ଅରବିନ୍ଦ ବିନ୍ଦ ଦୟା ଏବଂ ଆଲପାନା ବୁଚ୍ ସୋ’ର ଏକ ଅଂଶ ଅଟନ୍ତି। ଶୋ’କୁ ଚିତ୍ତାକର୍ଷକ କରିବା ପାଇଁ ନିର୍ମାତାମାନେ ସମସ୍ତ ପ୍ରୟାସ ଯାରି ରଖିଛନ୍ତି ।

ସ୍ମୃତି ଇରାନୀ 2000 ରେ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ହେଲେ ଏକତା କପୁରଙ୍କ ଶୋ ‘କ୍ୟୁଙ୍କି ସାସ୍ ଭୀ କଭୀ ବହୁ ଥୀ’ରୁ ତାଙ୍କୁ ଏକ ନୂଆ ପରିଚୟ ମିଳିଥିଲା।

ଏହା ସୁପରହିଟ୍ ଶୋ” ମଧ୍ୟରୁ ଗୋଟିଏ ଥିଲା । ସ୍ମୃତି ତୁଲସୀ ଭୂମିକାରେ ନଜର ଆସିଥିଲେ। ଏହି ଶୋ ତାଙ୍କୁ ଏକ ଘରୋଇ ନାମ କରିଦେଲା । 2007 ରେ ସ୍ମୃତି ଶୋ ଛାଡିଥିଲେ । ହେଲେ ସେ 2008 ରେ ଏକ ସ୍ୱତନ୍ତ୍ର ଏପିସୋଡରେ ପ୍ରତ୍ୟାବର୍ତ୍ତନ କରିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button