ନାଗପୁରର ବିଜେପି ନେତ୍ରୀ ସାନା ଖାନଙ୍କୁ ହତ୍ୟା, ୫୦ଲକ୍ଷ ଟଙ୍କା ପାଇଁ ସ୍ୱାମୀ ହତ୍ୟା କରିଥିବା ସୂଚନା – Ibnodisha

[ad_1]
ନାଗପୁର : ନାଗପୁରର ବିଜେପି ନେତ୍ରୀ ସାନା ଖାନଙ୍କ ହତ୍ୟା ମାମଲା ଉପରୁ ପରଦା ହଟିବାରେ ଲାଗିଛି । ସାନାଙ୍କୁ ତାଙ୍କ ସ୍ୱାମୀ ଅମିତ୍ ଓରଫ ପପୁ ସାହୁ ହତ୍ୟା କରିଛନ୍ତି । ହତ୍ୟା ପରେ ପପୁ ସାନାଙ୍କ ମୃତଦେହକୁ ହିରଣ ନଦୀରେ ଭସାଇଦେଇଥିଲେ । ଏବେ ପୋଲିସ ନଦୀ ଭିତରୁ ସାନାଙ୍କ ମୃତଦେହ ଉଦ୍ଧାର କରିବା କାର୍ଯ୍ୟରେ ଲାଗିଛି । ପୋଲିସର ସୂଚନା ମୁତାବକ ସାନାଙ୍କ ଠାରୁ ତାଙ୍କ ସ୍ୱାମୀ ୫୦ ଲକ୍ଷ ଟଙ୍କା ଧାର ସୂତ୍ରରେ ନେଇଥିଲେ । ଏହି ଟଙ୍କା ସାନା ମାଗିବାରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ଏହାପରେ ପପୁ ସାନାଙ୍କୁ ହତ୍ୟା କରିଥିବା ପୋଲିସ କହିଛି ।
ପୋଲିସର ସୂଚନା ମୁତାବକ ଅମିତ ପୋଲିସ ଆଗରେ ହତ୍ୟାକୁ ନେଇ ଅନେକ ଖୁଲାସା କରିଛି । ଏହାସହ ସେ ସାନାଙ୍କୁ ହତ୍ୟା କରିଥିବା ମଧ୍ୟ ସ୍ୱୀକାର କରିଛି । ପୋଲିସ କହିଛି କି ପପୁ ଅଗଷ୍ଟ ୨ ତାରିଖରେ ତିଲହାରୀ ରାଜୁଲ ଟାଉନସିପରେ ଥିବା ନିଜ ଘରେ ସାନାଙ୍କୁ ହତ୍ୟା କରିଥିଲା । ପପୁ ସାନାଙ୍କୁ ବାଡିରେ ପିଟି ପିଟି ହତ୍ୟା କରିଥିବା କଥା କହିଛି । ଏବେ ପୋଲିସ ପପୁକୁ ଘଟଣା ସ୍ଥଳକୁ ନେଇ କ୍ରାଇମର ରିକ୍ରିଏସନ କରିଛି ।
[ad_2]




