ଦେଶ

ଟ୍ରେନ୍‌ ହେବ ଗିରଫ!: ଧକ୍କା କରି ୩ ବାଘ ଶାବକଙ୍କୁ ମାରିଥିବା ଅଭିଯୋଗ

ଭୋପାଳ: ଦୁର୍ଘଟଣା ପରେ ଟ୍ରେନ୍‌କୁ ଗିରଫ କରାଯିବା କଥା ଶୁଶିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ କଥା। କିନ୍ତୁ ମଧ୍ୟପ୍ରଦେଶ ବନ ବିଭାଗ ଏକ ଟ୍ରେନ୍‌କୁ ଗିରଫ କରିବାକୁ ଯୋଜନା କରୁଛି। ଯଦି ବନ ବିଭାଗର ଯୋଜନା ସଫଳ ହୁଏ ତେବେ ୩ ବାଘ ଶାବକଙ୍କ ଜୀବନ ନେଇଥିବା ଟ୍ରେନ୍‌କୁ ଗିରଫ କରାଯିବ।

ରତାପାନି ବନ୍ୟପ୍ରାଣୀ ଅଭୟାରଣ୍ୟ ଦେଇ ଯାଉଥିବା ମିଡଘାଟ-ବୁଦ୍ଧନି ରେଳ ଟ୍ରାକରେ ତିନିଟି ବାଘ ଶାବକଙ୍କର ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ ବନ ଅଧିକାରୀମାନେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ବରିଷ୍ଠ ଅଧିକାରୀଙ୍କ ଉପରେ ଚାପ ପକାଉଛନ୍ତି। ଆସାମରେ ଗିରଫ ହୋଇଥିବା ଟ୍ରେନ୍ ଭଳି ଏବେ ବାଘ ଶାବକଙ୍କୁ ମାରିଥିବା ଟେନ୍ ଉପରେ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ପାଇଁ ବନ ବିଭାଗର ଅଧିକାରୀମାନେ ଦାବି କରୁଛନ୍ତି।

ଏକାଠି ତିନି ବାଘ ଶାବକଙ୍କର ମୃତ୍ୟୁ ଛୋଟ କଥା ନୁହେଁ। ଏହି ଘଟଣା ଯୋଗୁ ମଧ୍ୟପ୍ରଦେଶର ଜଙ୍ଗଲ ଅଧିକାରୀମାନେ ଚିନ୍ତିତ ହୋଇପଡିଛନ୍ତି। ଏହି ଘଟଣାକୁ ଏଡାଇ ଦିଆଯାଇଥାନ୍ତା ବୋଲି ସେ କହିଛନ୍ତି। ଆସନ୍ତୁ ୧୪ ଜୁଲାଇ ରାତିରେ ଏକ ଟ୍ରେନ୍ ୩ ବାଘ ଶାବକଙ୍କୁ ଧକ୍କା ଦେଇଥିଲା। ସେମାନଙ୍କ ମଧ୍ୟରୁ ଗୋଟିଏ ଶାବକ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ କିନ୍ତୁ ଅନ୍ୟ ଦୁଇ ଶାବକଙ୍କୁ ୧୫ ଦିନ ପର୍ଯ୍ୟନ୍ତ ଜୀବନ ଏବଂ ମୃତ୍ୟୁ ପାଇଁ ସଂଗ୍ରାମ କରିବାକୁ ପଡିଥିଲା। ପରେ ଉଭୟଙ୍କର ମୃତ୍ୟୁ ଘଟିଥିଲା। ୩ ଶାବକ ମା’ପଛେ ପଛେ ଯାଉଥିବାବେଳେ ଏହି ଅଭାବନୀୟ ଘଟଣା ଘଟିଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button