ଦେଶ

ଦୁଇପୁଅକୁ ଘରୁ ତଡ଼ି ପୋକ ସହିତ ସମାନ କଲେ ବୃଦ୍ଧା ମା’ ଜାଣନ୍ତୁ କାରଣ.. – Ibnodisha

[ad_1]

ନୂଆଦିଲ୍ଲୀ: ଜଣେ ୭୫ବର୍ଷୀୟ ବୃଦ୍ଧ ମହିଳା ଅଦାଲତରେ ଚାଲିଥିବା ମାମଲାରେ ଜିତି ଯାଇଛନ୍ତି। କେସ ଜିତିଯିବା ପରେ ବୃଦ୍ଧା ତାଙ୍କ ଦୁଇପୁଅକୁ ଘରୁ ବାହାର କରି ଦେଇଥିବାର ଘଟଣା ସାମ୍ନାକୁ ଆସିଛି। ଉକ୍ତ ବୃଦ୍ଧ ମା’ଙ୍କ କହିବାନୁସାରେ ସେ ଏକା ରହିବ‌ାକୁ ଚାହାଁନ୍ତି। ତାଙ୍କ ଦୁଇପୁଅକୁ ସେ ପୋକ ସହିତ ତୁଳନା କରିଛନ୍ତି। ବୃଦ୍ଧ ମହିଳାଙ୍କ ୪୨ବର୍ଷୀୟ ଓ ୪୦ବର୍ଷୀୟ ଦୁଇଜଣ ପୁଅ ଅଛନ୍ତି। ବୃଦ୍ଧ ମା’ ଚାହୁଁଥିଲେ ପୁଅମାନେ ଅନ୍ୟତ୍ର ଯାଇ ବସବାସ କରନ୍ତୁ, କିନ୍ତୁ ଦୁଇପୁଅ ସେମିତି କିଛି କଲେ ନାହିଁ। ଚ‌ାକିରି ହେବା ସତ୍ତ୍ବେ ଦୁହେଁ ମା’ଙ୍କ ସହିତ ଇଟାଲୀର ପାବିୟାରେ ହିଁ ରହିଥିଲେ।
ଏହି ଘଟଣାକୁ ନେଇ ବୃଦ୍ଧ ମା’ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଆଉ କହିଥିଲେ, ‘ପୁଅମାନେ ମା’ ପାଖରେ ରଖିଲେ ମା’ ପାଇଁ ତା’ଠାରୁ ବଡ଼ ଖୁସି କ’ଣ ବା ହୋଇପାରେ। ମୋ ପୁଅ ଦୁଇକୁ ପାଳିପୋଷି ବଡ଼ କଲି। ଦୁହେଁ ଚାକିରି ବି କଲେ। କିନ୍ତୁ ସେମାନେ ନା ଏବେ ମୋ ଖର୍ଚ୍ଚ ବୁଝୁଛନ୍ତି। ନା ଘରର କୌଣସି କାମ କରୁଛନ୍ତି। ଓଲଟି ଦରକାର ପଡ଼ିଲେ ଦୁହିଁଙ୍କ ପାଇଁ ମୁଁ ଟଙ୍କ‌ା ଖର୍ଚ୍ଚ କରୁଛି। ଯାହା ପେନସନ ପାଉଛି ସବୁ ଦୁଇପୁଅଙ୍କ ପିଛାରେ ଖର୍ଚ୍ଚ ହେଉଛି।
ତେଣୁ ମୁଁ ଏବେ ଏକା ରହିବାକୁ ଚାହେଁ। ‌ସେମାନେ ମୋ ଘରଠାରୁ ଅଲଗା ରହି ନିଜ ଖର୍ଚ୍ଚ ନିଜେ ବୁଝନ୍ତୁ। ମୋ ମତରେ ମୋର ଦୁଇପୁଅ ସମ୍ପୂର୍ଣ୍ଣ ଭାବେ ପୋକ ସହିତ ସମାନ।’
କୋର୍ଟ ଏହି ମାମଲାର ଶୁଣାଣି କରିଛନ୍ତି। ଆଉ କହିଛନ୍ତି,‘ ‘ଯଥାଶୀଘ୍ର ବୃଦ୍ଧାମା’ଙ୍କ ଦୁଇପୁଅ ଡିସେମ୍ବର ୧୮ସୁଦ୍ଧା ଘର ଅନ୍ୟତ୍ର ରହିବାର ବ୍ୟବସ୍ଥା କରନ୍ତୁ।’

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button