ଦେଶ

ଆଥିୟାଙ୍କ ଦୃଢ଼ ସମର୍ଥନ କ୍ରୀଡ଼ା ପ୍ରଦର୍ଶନରେ ମାନସିକ ସନ୍ତୁଳନ ରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ: ରାହୁଲ – Ibnodisha

[ad_1]

ମୁମ୍ଵାଇ : ଭାରତରେ କ୍ରିକେଟ୍‌ କେବଳ ଏକ କ୍ରୀଡ଼ା ନୁହେଁ, ଲୋକଙ୍କ ଆବେଗ ସହ ଓତଃପ୍ରୋତଃ ଭାବେ ଜଡ଼ିତ । ବେଳେବେଳେ ବଡ଼ ମ୍ୟାଚ୍‌କୁ ନେଇ ଲୋକେ ଅନ୍ଧବିଶ୍ୱାସୀ ହୋଇଥାନ୍ତି । ବଲିଉଡ୍‌ ଅଭିନେତ୍ରୀ ଓ କ୍ରିକେଟର୍‌ କେଏଲ୍‌ ରାହୁଲଙ୍କ ପତ୍ନୀ ଆଥିୟା ଶେଟ୍ଟୀ ସେହିଭଳି ଜଣେ ମଣିଷ । ବିଶ୍ୱକପ୍‌-୨୦୨୩ରେ ଆଥିୟାଙ୍କ ଅନ୍ଧବିଶ୍ୱାସ ବିଷୟରେ ଏକ କ୍ରୀଡ଼ା ଗଣମାଧ୍ୟମ ସହ ସାକ୍ଷାତକାରରେ ରାହୁଲ ଆଲୋଚନା କରିଛନ୍ତି ।

ରାହୁଲ କହିଛନ୍ତି, ବିଶ୍ୱକପ୍‌ ଫାଇନାଲ୍‌ ମ୍ୟାଚ୍‌ ଦେଖିବାକୁ ସେ ଆଥିୟାଙ୍କୁ ଆମନ୍ତ୍ରଣ କରିଥିଲେ । କିନ୍ତୁ ଅନ୍ଧବିଶ୍ୱାସ ଯୋଗୁ ଆଥିୟା ଘରେ ରହିବାକୁ ପସନ୍ଦ କଲେ । ମୁଁ ମ୍ୟାଚ୍‌ ଖେଳୁଥିବା ବେଳେ ଘରେ ରହି ଖେଳ ଦେଖିବାକୁ ସେ ଶୁଭଙ୍କର ବୋଲି ମନେକରନ୍ତି । ରାହୁଲ ଯେତେବେଳେ ବ୍ୟାଟିଂ କରନ୍ତି, ଆଥିୟା ନିଜ ସ୍ଥାନରୁ ଉଠନ୍ତି ନାହିଁ । ଏ ମାମଲାରେ ଆଥିୟା ବାପା ସୁନୀଲ ଶେଟ୍ଟୀଙ୍କ ଭଳି । ସୁନୀଲ ସମସ୍ତ ବିଶ୍ୱକପ୍‌ ମ୍ୟାଚ୍‌ ଚଟାଣରେ ବସି ଦେଖିଥିଲେ ବୋଲି ରାହୁଲ କହିଛନ୍ତି ।

ଏ ଭଳି ଅନ୍ଧବିଶ୍ୱାସ ସତ୍ତେ୍ୱ ନିଜ ଜୀବନରେ ଆଥିୟାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ମଧ୍ୟ ରାହୁଲ ଖୋଲି କହିଛନ୍ତି । ଆଥିୟାଙ୍କ ଦୃଢ଼ ସମର୍ଥନ କ୍ରୀଡ଼ା ପ୍ରଦର୍ଶନରେ ମାନସିକ ସନ୍ତୁଳନ ରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ ବୋଲି ରାହୁଲ କହିଛନ୍ତି । ନିଜ ସୀମାଠୁ ଆଗକୁ ଯାଇ ଅଧିକ ପ୍ରୟାସ କରିବାକୁ ଆଥିୟା ତାଙ୍କୁ ଉତ୍ସାହିତ କରନ୍ତି । କ୍ରିକେଟ୍‌ରେ ତାଙ୍କ ସଫଳତାରେ ଆଥିୟାଙ୍କ ବଡ଼ ଯୋଗଦାନ ରହିଥିବା ରାହୁଲ କହିଛନ୍ତି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button