ଦେଶ

ବିଷପାନ କରି ମହିଳା ମୃତ – Ibnodisha

[ad_1]

ବୁଗୁଡ଼ା: ବୁଗୁଡ଼ା ଥାନା ଅନ୍ତର୍ଗତ ତାଳସାକର ଗ୍ରାମର ଜନୈକ ମହିଳା ବିଷପାନ କରି ମୃତ୍ୟୁବରଣ କରିଥିବା ଜଣାଯାଇଛି । ମୃତକ ମହିଳା ଜଣକ ତାଳସାକର ଗ୍ରାମର ସଞ୍ଜୟ ସ୍ୱାଇଁଙ୍କ ପତ୍ନୀ ବିଷ୍ଣୁପ୍ରିୟା ସ୍ୱାଇଁ(୩୨) ବୋଲି ଜଣାପଡିଛି । ପ୍ରକାଶ ଯେ, ଆଜି ଅପରାହ୍ନରେ ପାରିବାରିକ ଅଶାନ୍ତି କାରଣରୁ ବିଷ୍ଣୁପ୍ରିୟା ବିଷପାନ କରି ଅସୁସ୍ଥ ହୋଇ ପଡ଼ିଥିଲେ ।

ତାଙ୍କୁ ସଙ୍ଗେ ସଙ୍ଗେ ବୁଗୁଡ଼ା ମେଡିକାଲକୁ ଅଣାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଖବର ପାଇ ପୁଲିସ ମେଡିକାଲରେ ପହଞ୍ôଚ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button