ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳକୁ 3 ବର୍ଷ ପୂର୍ତ୍ତି, କେନ୍ଦ୍ର ସରକାରଙ୍କ 48ଟି ଓ ରାଜ୍ୟ ସରକାରଙ୍କ 22ଟି ବିଲକୁ ଦେଇଛନ୍ତି ସମ୍ମତି

IBN ଓଡିଶା(ବ୍ୟୁରୋ):- ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳକୁ ଆଜି ତିନି ବର୍ଷ ପୂର୍ତ୍ତି ହୋଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ କାର୍ଯ୍ୟକାଳ ସମୟରେ ଗତ ବର୍ଷ ଜୁଲାଇରୁ ଚଳିତ ବର୍ଷ ଜୁଲାଇ ପର୍ଯ୍ୟନ୍ତ 9ଟି ରାଜ୍ୟ ଗସ୍ତ କରିଛନ୍ତି। ସେ ଆମେରିକା, ଶ୍ରୀଲଙ୍କା, ଜାମ୍ବିଆ, ବ୍ରାଜିଲ, ସ୍ୱିଡେନ, ମୋଙ୍ଗୋଲିଆ, ନେଦରଲ୍ୟାଣ୍ଡ, ପର୍ତ୍ତୁଗାଲ ଏବଂ ମିଆଁମାରରୁ ହେଡସ୍ ଅଫ୍ ଷ୍ଟେଟ୍ ଆୟୋଜନ କରିଥିଲେ ଏବଂ ପାଞ୍ଚଟି ମହାଦେଶରୁ 15 ଜଣ ବିଶ୍ୱସ୍ତରୀୟ ନେତା ଅଂଶଗ୍ରହଣ କରିଥିଲେ। ତାଙ୍କ ସମୟରେ ରାଷ୍ଟ୍ରପତି ଭବନର ଇତିହାସରେ ପ୍ରଥମ ଥର ପାଇଁ COVID 19 ମହାମାରୀ ଯୋଗୁଁ ଭିଡିଓ କନଫରେନ୍ସ ମାଧ୍ୟମରେ ପରିଚୟପତ୍ର ମଧ୍ୟ ଉପସ୍ଥାପିତ ହୋଇଥିଲା।
ତାଙ୍କ କାର୍ଯ୍ୟକାଳ ସମୟରେ କେନ୍ଦ୍ର ସରକାରଙ୍କ 48 ଟି ବିଲ୍ ଏବଂ ରାଜ୍ୟ ସରକାରଙ୍କ 22 ଟି ବିଲକୁ ସମ୍ମତି ପ୍ରଦାନ କରିଛନ୍ତି। ରାଷ୍ଟ୍ରପତିଙ୍କ ଦ୍ଵାରା 13 ଟି ନିୟମ ପ୍ରଣୟନ କରାଯାଇଥିଲା ଏବଂ 11 ଟି ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ କାର୍ଯ୍ୟକାଳର 3 ବର୍ଷ ମଧ୍ୟରେ 19ଟି ଓ 4ଟି କେନ୍ଦ୍ର ଶାସିତ ଅଞ୍ଚଳ ରାଜ୍ୟ ପରିଦର୍ଶନ କରିଛନ୍ତି। ସେ 9ଟି କନଭୋକେସନରେ ଉଦବୋଧନ ଦେଇଛନ୍ତି। କେବଳ ସେତିକି ନୁହେଁ ତାଙ୍କ ସମୟରେ ରାଷ୍ଟ୍ରପତି ଭବନରେ ପ୍ଲାଷ୍ଟିକ ବୋତଲ ପ୍ରତିବନ୍ଧକ କରାଯାଇଛି ଏବଂ ତାଙ୍କ ସମୟରେ ସରକାରୀ ସଭା ତଥା ରାଜ୍ୟ କାର୍ଯ୍ୟରେ କାଚ ବୋତଲକୁ ପ୍ରୋତ୍ସାହନ ଦିଆଗଲା।