ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେଇ ଗିରଫ ହେଲେ ଫିଲ୍ଡ ଅଫିସର – Ibnodisha
[ad_1]
ବାରିପଦା : ସହକାରୀ ରେଶମ ନିର୍ଦ୍ଦେଶକ କାର୍ଯ୍ୟାଳୟର ଫିଲ୍ଡ ଅଫିସର ବିଭୁତି କୁମାର ମଲ୍ଲିକ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଏକ ବିଭାଗୀୟ କାର୍ଯ୍ୟର ରିପୋର୍ଟ ପ୍ରଦାନ କରିବା ପାଇଁ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଗିରଫ କରିଛି ।
ମିଳିଥିବା ରିପୋର୍ଟ ମୁତାବକ, ମୟୁରଭଞ୍ଜ ଜିଲ୍ଲାର ବିଶୋଇ, ବହଳଦା ଓ କୁସୁମୀ ଆଦି ବ୍ଲକରେ ଟସର ଚାଷ ପାଇଁ ଅସନ ଓ ଅର୍ଜୁନ ବୃକ୍ଷରୋପଣ କାର୍ଯ୍ୟ ହୋଇଥିଲା । ଉକ୍ତ ବୃକ୍ଷରୋପଣର ସରଜମିନ ସ୍ଥିତି ନେଇ ଫିଜିବିଲିଟି ରିପୋର୍ଟ ପ୍ରଦାନ କରିବା ପାଇଁ ଯଶିପୁର ଅଞ୍ଚଳର ଶିରିଷ ଚନ୍ଦ୍ର ମହାନ୍ତଙ୍କୁ ବାରିପଦାସ୍ଥିତ ସହକାରୀ ରେଶମ ନିର୍ଦ୍ଦେଶକ କାର୍ଯ୍ୟାଳୟର ଚାନ୍ଦୁଆ ଡିଭିଜନ କ୍ଷେତ୍ର ସହାୟକ ବିଭୁତି କୁମାର ମଲ୍ଲିକ ଲାଞ୍ଚ ମାଗିଥିଲେ । ରିପୋର୍ଟ ଦେବା ଲାଗି ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିବାବେଳେ ଶିରିଷ ଅସହାୟ ହୋଇ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ଭିଜିଲାନ୍ସ ବିଭାଗକୁ ଅଭିଯୋଗ ମିଳିବା ପରେ ବିଭୁତି କୁମାର ମଲ୍ଲିକଙ୍କୁ ଲାଞ୍ଚ ନେଉଥିବା ବେଳେ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା ।
ପୂର୍ବ ଯୋଜନା ଅନୁଯାୟୀ ଭିଜିଲାନ୍ସ ଟିମ୍ ଜଗି ରହିଥିଲା । ଅନ୍ୟପଟେ ରିପୋର୍ଟ ପ୍ରଦାନ ପାଇଁ ଫିଲ୍ଡ ଅଫିସର ବିଭୁତି କୁମାର ମଲ୍ଲିକ କାର୍ଯ୍ୟାଳୟ ପରିସରରେ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଜାଲରେ ଫସିଥିଲୋ । ପରେ ବାରିପଦା ଷ୍ଟେସନ ବଜାରସ୍ଥିତ ଶ୍ରୀ ମଲ୍ଲିକଙ୍କ କାର୍ଯ୍ୟାଳୟ, ଘର ଓ ଅନ୍ୟାନ୍ୟ ସ୍ଥାନରେ ଯାଞ୍ଚ କରିବା ସହିତ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା । ଏନେଇ ଭିଜିଲାନ୍ସ ଏକ ମାମଲା ରୁଜୁ କରିବା ସହ ଅଧିକ ତଦନ୍ତ ଜାରୀ ରଖିଛି ।
[ad_2]