ଦେଶ

ସୀମିତ ଓଭର୍ ଫର୍ମାଟ୍‌ରେ ଶ୍ରୀଲଙ୍କାର ଦୁଇ ଅଧିନାୟକ; ଦିନିକିଆରେ ମେଣ୍ଡିସ୍‌, ଟି-୨୦ରେ ହସରଙ୍ଗାଙ୍କୁ ଦାୟିତ୍ୱ – Ibnodisha

[ad_1]

କଲମ୍ବୋ: ଆସନ୍ତାବର୍ଷ ହେବାକୁ ଥିବା ଜିମ୍ବାୱେ ବିପକ୍ଷରେ ଘରୋଇ ସୀମିତ ଓଭର୍ ସିରିଜ୍ ପାଇଁ ଶ୍ରୀଲଙ୍କା କ୍ରିକେଟ୍ ଭିନ୍ନ ଭିନ୍ନ ନୂଆ ଅଧିନାୟକ ନିଯୁକ୍ତ କରିଛି । ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ କୁସଳ ମେଣ୍ଡିସ୍‌ଙ୍କୁ ନେତୃତ୍ୱ ପ୍ରଦାନ କରାଯାଇଥିବା ବେଳେ ଅଲ୍‌ରାଉଣ୍ଡର୍ ୱାନିନ୍ଦୁ ହସରଙ୍ଗାଙ୍କୁ ଟି-୨୦ ଦାୟିତ୍ୱ ଦିଆଯାଇଛି । ସେହିପରି ଚରିତ ଅସଲାଙ୍କାଙ୍କୁ ଉଭୟ ଫର୍ମାଟ୍‌ରେ ଉପଅଧିନାୟକ ନିଯୁକ୍ତ କରାଯାଇଛି । ଜିମ୍ବାୱେ ବିପକ୍ଷରେ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଘୋଷିତ ଟିମ୍‌ରେ ନିୟମିତ ଅଧିନାୟକ ଦସୁନ୍ ଶନାକାଙ୍କୁ ମଧ୍ୟ ସ୍ଥାନ ମିଳିଛି ।

ଜିମ୍ବାୱେ ଆସନ୍ତା ବର୍ଷ ଜାନୁଆରୀରେ ଶ୍ରୀଲଙ୍କା ଗସ୍ତରେ ଆସି ଜାନୁଆରୀ ୬ରୁ ତିନି ମ୍ୟାଚ୍‌ର ଦିନିକିଆ ଏବଂ ୧୪ରୁ ତିନି ମ୍ୟାଚ୍‌ର ଟି-୨୦ ସିରିଜ୍ ଖେଳିବ । ୱାନିନ୍ଦୁ ହସରଙ୍ଗା ପ୍ରାୟ ୫ ମାସ ପରେ ଟିମ୍‌କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଜୁଲାଇ-ଅଗଷ୍ଟରେ ଖେଳାଯାଇଥିବା ଶ୍ରୀଲଙ୍କା ପ୍ରିମିୟର୍ ଲିଗ୍ ବେଳେ ହସରଙ୍ଗା ଆହତ ହୋଇଥିଲେ । ଫଳରେ ତାଙ୍କୁ ଫାଇନାଲ୍‌ରୁ ମଧ୍ୟ ବାହାର ହେବାକୁ ପଡ଼ିଥିଲା । ଜଙ୍ଘରେ ଆଘାତ ଲାଗିବା ଫଳରେ ସେ ଏସିଆ କପ୍ ଏବଂ ଭାରତରେ ଆୟୋଜିତ ଦିନିକିଆ ବିଶ୍ୱକପ୍ ମଧ୍ୟ ଖେଳିପାରି ନଥିଲେ ।

ବିଶ୍ୱକପ୍‌ରେ ଖରାପ ପ୍ରଦର୍ଶନ ପରେ ଶ୍ରୀଲଙ୍କା କ୍ରିକେଟ୍‌ରେ ବହୁ ବିବାଦ ଦେଖାଦେଇଥିଲା । ଟିମ୍‌ର ଖରାପ ପ୍ରଦର୍ଶନ ପରେ କ୍ରୀଡ଼ାମନ୍ତ୍ରୀ ରୋଶନ୍ ରଣସିଂଘେ ନଭେମ୍ବର ୬ରେ ଶ୍ରୀଲଙ୍କା କ୍ରିକେଟ୍‌କୁ ବରଖାସ୍ତ କରିଦେଇଥିଲେ । ଏହା ସହିତ ୧୯୯୬ ବିଶ୍ୱକପ୍ ବିଜେତା ଟିମ୍‌ର ଅଧିନାୟକ ଅର୍ଜୁନ ରଣତୁଙ୍ଗାଙ୍କ ଅଧ୍ୟକ୍ଷତାରେ ଏକ ଅନ୍ତରୀଣ ବୋର୍ଡ ଗଠନ ମଧ୍ୟ କରାଯାଇଥିଲା । ଅବଶ୍ୟ ପରେ ଅଦାଲତ କ୍ରୀଡ଼ାମନ୍ତ୍ରୀଙ୍କ ବରଖାସ୍ତ ନିଷ୍ପତ୍ତିକୁ ରଦ୍ଦ କରିଦେଇଥିଲେ ।

ଅନ୍ୟପକ୍ଷରେ ଆଇସିସି ସରକାରୀ ହସ୍ତକ୍ଷେପ ପରେ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡକୁ ନିଲମ୍ବିତ କରିଥିଲା । ଏହାପରେ ଶ୍ରୀଲଙ୍କା କ୍ରିକେଟ୍ ପୂର୍ବତନ ଓପ୍ନର୍ ଉପୁଲ ଥରଙ୍ଗାଙ୍କ ନେତୃତ୍ୱରେ ଏକ ନୂଆ ଚୟନ କମିଟି ଗଠନ କରିଥିଲା । କମିଟିରେ ପୂର୍ବତନ ଖେଳାଳି ଅଜନ୍ତା ମେଣ୍ଡିସ୍ ମଧ୍ୟ ସାମିଲ ଥିଲେ । ସେହିପରି ସନତ ଜୟସୂରିଆଙ୍କୁ କ୍ରିକେଟ୍ ପରାମର୍ଶଦାତା ନିଯୁକ୍ତ କରାଯାଇଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button