ଦେଶ

ମାର୍ଚ୍ଚ ପ୍ରଥମ ସପ୍ତାହରେ ଲାଗୁ ହୋଇପାରେ ସିଏଏ – Ibnodisha

[ad_1]

ନୂଆଦିଲ୍ଲୀ : ସାରା ଦେଶରେ ଏବେ ନିର୍ବାଚନର ମାହୋଲ। ଲୋକସଭା ନିର୍ବାଚନକୁ ଏକ ମାସ ସମୟ ଥିବା ବେଳେ ପଲ୍ଲୀରୁ ଦିଲ୍ଲୀ ରାଜନୀତି ଏବେ ସରଗରମ। ଏସବୁ ମଧ୍ୟରେ ଦୀର୍ଘ ୪ ବର୍ଷ ତଳୁ ଆଇନରେ ପରିଣତ ହୋଇ ସାରିଥିବା ନାଗରିକତ୍ୱ ସଂଶୋଧନ ଆଇନ ବା ସିଏଏ ଲାଗୁ କରିବାକୁ କେନ୍ଦ୍ର ସରକାର ଆଗଭର ହୋଇଛନ୍ତି। ମାର୍ଚ୍ଚ ମାସ ପ୍ରଥମ ସପ୍ତାହରୁ ସିଏଏ ଦେଶରେ ଲାଗୁ ହେବ ବୋଲି କିଛି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। କିନ୍ତୁ ଏଥିରେ ଥିବା ନିୟମ ଓ ବ୍ୟବସ୍ଥା ସମ୍ପର୍କରେ ଏଯାଏ କିଛି ବି ଜଣାପଡ଼ି ନାହିଁ। ରିପୋର୍ଟରେ କେବଳ କୁହାଯାଇଛି ଯେ ଆସନ୍ତା ମାସ ପ୍ରଥମ ସପ୍ତାହରୁ ସିଏଏ ଲାଗୁ ହୋଇପାରେ। ପ୍ରଥମ ଦଫାରେ ୩ଟି ଦେଶରେ ଧାର୍ମିକ ନିର୍ଯାତନା ସହି ନ ପାରି ଶରଣାର୍ଥୀ ଜୀବନ କାଟୁଥିବା ଲୋକଙ୍କୁ ତତ୍କାଳ ବା ଫାଷ୍ଟଟ୍ରାକ ନିୟମ ଆଧାରରେ ଭାରତର ନାଗରିକତା ପ୍ରଦାନ କରାଯିବ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button