ଦେଶ

‘ଚନ୍ଦ୍ରଯାନ-୩’ର ସଫଳତା ପରେ ଏବେ ଚନ୍ଦ୍ରକୁ ଏକ୍ସ-ରେ ଟେଲିସ୍ପୋପ୍‌ ଥିବା ରକେଟ୍‌ ପ୍ରେରଣ କଲା ଜାପାନ – Ibnodisha

[ad_1]

ଟୋକିଓ: ଭାରତ ଚନ୍ଦ୍ରରେ ସଫଳତାର ସହ ‘ଚନ୍ଦ୍ରଯାନ-୩’ର ବିକ୍ରମ ଲ୍ୟାଣ୍ଡର୍‌କୁ ଅବତରଣ କରାଇବା ପରେ ଏବେ ଜାପାନ ମଧ୍ୟ ଚନ୍ଦ୍ରକୁ ଏକ ଲ୍ୟାଣ୍ଡର୍‌ ପଠାଇଛି। ପୂର୍ବରୁ ୩ ଥର ଚିନ୍ତା କରିଥିବା ଜାପାନ ଶେଷରେ ଏକ୍ସ-ରେ ଟେଲିସ୍ପୋପ୍‌ ଥିବା ଏକ ରକେଟ୍‌ ଲଞ୍ଚ୍‌ କରିଛି। ଯାହାକି ବ୍ରହ୍ମାଣ୍ଡ ସହିତ ଲୁନାର ଲ୍ୟାଣ୍ଡର୍‌ ସଂପର୍କରେ ତଥ୍ୟ ପ୍ରଦାନ କରିବ।

ଜାପାନ ପ୍ରେରଣ କରିଥିବା ରକେଟ୍‌ର ନାମ ହେଉଛି ଏଚ୍‌ଆଇଆଇ-ଏ ରକେଟ୍‌। ଦକ୍ଷିଣ-ପଶ୍ଚିମ ଜାପାନର ତନେଗସିମା ସ୍ପେସ୍‌ ସେଣ୍ଟର୍‌ରୁ ଏହାକୁ ପ୍ରେରଣ କରାଯାଇଛି। ଏହି ସମୟର ଦୃଶ୍ୟକୁ ଜାପାନ ଏରୋସ୍ପେସ୍‌ ଏକ୍ସପ୍ଲୋରେସନ୍‌ ଏଜେନ୍ସି ‘ଜାକ୍ସା’ରେ ସିଧା ପ୍ରସାରଣ କରାଯାଇଥିଲା।

ରକେଟି ଉପରକୁ ଉଠିବା ସମୟରେ ସେଥିରୁ ଧୁଆଁ ବାହାରୁଥିବାର ଦେଖିବାକୁ ମିଳିଛି। ସେହି ମୁହୂର୍ତ୍ତରେ ‘ଜାକ୍ସା’ରେ ‘ଅ‌ାରେ ଲିଫ୍‌ଟ-ଅଫ୍‌ କଲୁ’ ବୋଲି କୁହାଯାଇଛି। ଆହୁରି ବି କୁହାଯାଇଛି ଯେ ‘ତନେଗସିମା ସ୍ପେସ୍‌ ସେଣ୍ଟର୍‌ରୁ ୨୦୨୩ ମସିହା ସେପ୍ଟେମ୍ବର ୭ ତାରିଖ ସକାଳ ୮:୪୨:୧୧ ମିନିଟ୍‌ରେ ମି‌ଷ୍ଟୁବିସି ହେବି ଇଣ୍ଡଷ୍ଟ୍ରଜ୍‌ (ଏମ୍‌ଏଚ୍‌ଆଇ) ଏକ୍ସ-ରେ ଇମେଜ୍‌ ଥିବା ଏଚ୍‌ଆଇଆଇ-ଏ ଲଞ୍ଚ୍‌ କରିଛି।’

 

ଲଞ୍ଚ୍‌ ହେବାର ୧୩ ମିନିଟ୍‌ ପରେ ରକେଟ୍‌ଟି ‘ଏକ୍ସରେ ଇମେଜ୍‌ ଆଣ୍ଡ୍‌ ସ୍ପେକ୍ଟ୍ରୋସ୍ପୋପି ମିସନ୍‌’ ନାମରେ ପୃଥିବୀର ଚାରିପାଖରେ ଏକ ସାଟେଲାଇଟ୍‌ ରଖିଛି। ଏହି ସାଟେଲାଇଟ୍‌ ଗତିକୁ ମାପିବା ସହ ପଥରେ କ’ଣ ସବୁ ରହିଛି ତାହାର ତଥ୍ୟ ପ୍ରଦାନ କରିବ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button