ଦେଶ

ଏନସିଇଆରଟିର ପାଠ୍ୟକ୍ରମ କମିଟିରେ ସୁଧା ମୂର୍ତ୍ତୀ, ସଂଗୀତକାର ଶଙ୍କର ମହାଦେବନ – Ibnodisha

[ad_1]

ନୂଆଦିଲ୍ଲୀ : ନୂଆ ଏନସିଇଆରଟି ପାଠ୍ୟକ୍ରମ ଅନୁଯାୟୀ ପାଠ୍ୟପୁସ୍ତକ ସଂଶୋଧନ ପାଇଁ ଗଠିତ ନୂତନ କମିଟିରେ ଇନଫୋସିସ୍ ଫାଉଣ୍ଡେସନ୍ ର ଅଧ୍ୟକ୍ଷା ସୁଧା ମୂର୍ତ୍ତି, ସଙ୍ଗୀତଜ୍ଞ ଶଙ୍କର ମହାଦେବନ, ଅର୍ଥନୀତିଜ୍ଞ ସଞ୍ଜୀବ ସାନ୍ୟାଲ ଏବଂ ଅନ୍ୟ ୧୬ ଜଣଙ୍କୁ ସାମିଲ କରାଯାଇଛି। ୧୯ ଜଣିଆ ଜାତୀୟ ପାଠ୍ୟକ୍ରମ ଓ ଶିକ୍ଷଣ ସାମଗ୍ରୀ କମିଟି (ଏନଏସଟିସି)ର ଅଧ୍ୟକ୍ଷତା କରିବେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନଲ ପ୍ଲାନିଂ ଆଣ୍ଡ ଆଡମିନିଷ୍ଟ୍ରେସନ (ଏନଆଇଇପିଏ)ର କୁଳପତି ଏମ୍ ସି ପନ୍ତ ଏବଂ ତୃତୀୟରୁ ଦ୍ୱାଦଶ ଶ୍ରେଣୀ ପାଇଁ ପାଠ୍ୟପୁସ୍ତକ ପ୍ରସ୍ତୁତ କରିବେ।

ଏହି କମିଟିକୁ ପାଠ୍ୟପୁସ୍ତକ ଏବଂ ଅନ୍ୟାନ୍ୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିବାକୁ ଦାୟିତ୍ୱ ଦିଆଯାଇଛି, ଯାହାକୁ ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି) ସର୍ତ୍ତାବଳୀ ଅନୁଯାୟୀ ପ୍ରକାଶ ଓ ବ୍ୟବହାର କରିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏନଏସଟିସିକୁ ପାଠ୍ୟକ୍ରମ କ୍ଷେତ୍ର ଗ୍ରୁପ୍ (ସିଏଜି) ଦ୍ୱାରା ପ୍ରତ୍ୟେକ ପାଠ୍ୟକ୍ରମ କ୍ଷେତ୍ର ପାଇଁ ଶିକ୍ଷାଦାନ ସାମଗ୍ରୀ ର ବିକାଶରେ ସହାୟତା କରାଯିବ ।

ପ୍ରିନ୍ସଟନ୍ ବିଶ୍ୱବିଦ୍ୟାଳୟର ଗଣିତ ଅଧ୍ୟାପକ ମଞ୍ଜୁଲ ଭାର୍ଗବ ଏହି କମିଟିର ସହ-ଅଧ୍ୟକ୍ଷ ଅଛନ୍ତି। ଅନ୍ୟ ସଦସ୍ୟମାନେ ହେଲେ ଗଣିତଜ୍ଞ ସୁଜାତା ରାମଦୋରାଇ, ବ୍ୟାଡମିଣ୍ଟନ ଖେଳାଳି ୟୁ ବିମଳ କୁମାର, ସେଣ୍ଟର ଫର୍ ପଲିସି ଷ୍ଟଡିଜ୍ ଅଧ୍ୟକ୍ଷ ଏମଡି ଶ୍ରୀନିବାସ ଏବଂ ଭାରତୀୟ ଭାଷା କମିଟି ଅଧ୍ୟକ୍ଷ ଚାମୁ କ୍ରିଷ୍ଣା ଶାସ୍ତ୍ରୀ।

 



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button