ଦେଶ

ମନ୍ଦିର ଯିବା ବାଟରେ ୬ ବର୍ଷର ଝିଅକୁ ଝାମ୍ପି ନେଲା ବାଘ – Ibnodisha

[ad_1]

ଅମରାବାତୀ: ଆନ୍ଧ୍ରପ୍ରଦେଶ ତିରୁପତି ଜିଲ୍ଲାରେ ଅତ୍ୟନ୍ତ ହୃଦୟ ବିଦାରକ ଘଟଣା ଘଟିଛି । ଏଠାରେ କଲରାପତରିଆ ବାଘ ଆକ୍ରମଣରେ ଜଣେ ୬ ବର୍ଷୀୟା ନାବାଳିକାର ମୃତ୍ୟୁ ହୋଇଛି । ମୃତ ଝିଅଟିର ନାମ ଲକ୍ଷିତା । ଗତକାଲି ବିଳମ୍ବିତ ରାତିରେ ଝିଅଟି ନିଜ ପରିବାର ସହିତ ଚାଲି ଚାଲି ପ୍ରଭୁ ବାଲାଜୀଙ୍କ ଦର୍ଶନ ପାଇଁ ତିରୁମାଳା ଯାଉଥିବା ବେଳେ ବାଟରେ ତାକୁ ବାଘ ଟେକି ନେଇଯାଇଥିଲା । ପୋଲିସ ବହୁ ଖୋଜାଖୋଜି କରିବା ପରେ ଆଜି ସକାଳୁ ଜଙ୍ଗଲ ଭିତରୁ ତା’ର ମୃତଦେହ ଉଦ୍ଧାର କରାଯାଇଛି ।

ସୂଚନା ଅନୁଯାୟୀ, ଶୁକ୍ରବାର ରାତି ପ୍ରାୟ ୮ଟା ବେଳେ ୬ ବର୍ଷୀୟା ଲକ୍ଷିତା ନିଜ ପରିବାର ସହ ଚାଲି ଚାଲି ବାଲାଜୀ ପ୍ରଭୁଙ୍କ ଦର୍ଶନ ପାଇଁ ବାହାରି ଥିଲା । ରାତି ୧୧ଟାରେ ପୁରା ପରିବାର ଲକ୍ଷ୍ମୀନରସିଂହ ସ୍ୱାମୀ ମନ୍ଦିରରେ ପହଞ୍ଚିଥିଲେ । ସେଠାରେ ଦର୍ଶନ ସାରି ବାଲାଜୀ ମନ୍ଦିରକୁ ଯାତ୍ରା ଆରମ୍ଭ କରିଥିଲେ । ହେଲେ ମନ୍ଦିରରେ ପହଞ୍ଚିବା ପୂର୍ବରୁ ବାଟରେ ଗୋଟିଏ କଲରାପତରିଆ ବାଘ ଆସି କୁନି ଝିଅଟି ଉପରକୁ ଆକ୍ରମଣ କରିଥିଲା ।

ଏହାଦେଖି ଭୟରେ ପରିବାର ଲୋକେ ଚିତ୍କାର କରିଥିଲେ । ଫଳରେ ବାଘଟି ଲକ୍ଷିତାଙ୍କୁ ଟେକି ନେଇ ଜଙ୍ଗଲକୁ ପଳାଇଥିଲା । ଏହା ପରେ ଝିଅର ବାପାମାଆ ସ୍ଥାନୀୟ ପୋଲିସ ଷ୍ଟେସନରେ ପହଞ୍ଚି ଅଭିଯୋଗ କରିଥିଲେ । ରାତି ଅଧିକ ହୋଇଯାଇଥିବାରୁ ତତ୍କ୍‌ଷଣାତ ସର୍ଚ୍ଚ ଅପରେସନ ସମ୍ଭବପର ହୋଇନଥିଲା । ଆଜି ସକାଳୁ ପୋଲିସ ସ୍ଥାନୀୟ ଅଞ୍ଚଳରେ ଖୋଜାଖୋଜି ଆରମ୍ଭ କରିଥିଲା । ଶେଷରେ ଲକ୍ଷ୍ମୀନରସିଂହାସ୍ୱାମୀ ମନ୍ଦିର ଠାରୁ କିଛି ଦୂରରେ ଲକ୍ଷିତାଙ୍କ ମୃତଦେହ ମିଳିଥିଲା । କଲରାପତରିଆ ବାଘ ନାବାଳିକାର ଅଧା ଶରୀରର ଖାଇ ଯାଇଥିବା ଦେଖିବାକୁ ମିଳିଛି । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ମୃତ ନାବାଳିକାର ଘର ନେଲ୍ଲୋର ଜିଲ୍ଲା ପୋଥିରେଡ୍ଡିପାଲେମ ଅଞ୍ଚଳରେ । ତେବେ ଏଠାରେ ବାଘ ଆକ୍ରମଣର ଏହା ପ୍ରଥମ ଘଟଣା ନୁୁହେଁ । ପୂର୍ବରୁ ମଧ୍ୟ ଜଣେ ନାବାଳକ ବାଘ ଆକ୍ରମଣରେ ପ୍ରାଣ ହରାଇ ଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button