ରାଜ୍ୟ

ବିପଦସଙ୍କୁଳ କୋଠାରେ ପଢ଼ୁଛନ୍ତି ପିଲା; ଗୋଟିଏ କୋଠରୀରେ ଚାଲିଛି ୫ଟି ଶ୍ରେଣୀ – Ibnodisha

[ad_1]

ମାଲକାନଗିରି: ରାଜ୍ୟ ସରକାର ୫ଟି ଅଧିନରେ ବିଦ୍ୟାଳୟର ରୂପାନ୍ତରୀକରଣ କରୁଛନ୍ତି। ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇ ଚକାଚକ ହେଉଥିବା ବେଳେ ଶିକ୍ଷଣୀୟ ପରିବେଶ ସୃଷ୍ଟି କରୁଛନ୍ତି। କିନ୍ତୁ ପ୍ରାଥମିକ ବିଦ୍ୟାଳୟଗୁଡିରେ ଦୃଷ୍ଟି ଦେଉନଥିବା ବେଳେ ତାହାର ଅବସ୍ଥା ଶୋଚନୀୟ ଆଡକୁ ଗତି କରୁଛି। ବିଦ୍ୟାଳୟ ଛାତରୁ ପାଣି ଗଳୁଥିବା ବେଳେ ଚଟାଣରେ ପାଣି ଜମି ରହୁଛି। ଚାରିପଟେ କାନ୍ଥ ଫାଟି ଆଁ କରିଛି। କଳାପଟାରେ ଲେଖିଲେ ସେଥିରୁ ସିମେଣ୍ଟ ପ୍ଲାଷ୍ଟର ଝଡୁଛି। ଏଭଳି ପରିସ୍ଥିତିରେ ଶିକ୍ଷକ ପିଲାମାନଙ୍କୁ କିଭଳି ପାଠ ପଢ଼ାଇବେ ଚିନ୍ତାରେ ପଡିଛନ୍ତି। ମାଲକାନଗିରି ବ୍ଲକ ଅନ୍ତର୍ଗତ ରାଉଳିଗୁଡା ଗ୍ରାମ ମନସାକଲୋନୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ବର୍ଷା ଦିନେ ପିଲାଙ୍କୁ ପାଠ ପଢ଼ାଇବାକୁ ଶ୍ରେଣୀଗୃହ ମିଳୁନଥିବା ବେଳେ ବିପଦସଙ୍କୁଳ ଗୃହରେ ବସିବାକୁ ପଡୁଛି।

ସୂଚନା ଅନୁଯାୟୀ, ରାଉଳିଗୁଡା ଓ ନିକଟ ଗ୍ରାମ ପିଲାମାନେ ପ୍ରାଥମିକ ଶିକ୍ଷା ପାଇଁ ମନସାକଲୋନୀ ଠାରେ ୧୯୮୯ ମସିହାରେ ସରକାରୀ ପ୍ରାଥିକ ବିଦ୍ୟାଳୟ ଆରମ୍ଭ ହୋଇଥିଲା। ସେଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ କରାଯାଉଛି। ପ୍ରଥମ ଶେଣୀରେ ୧୧ ଜଣ, ଦ୍ବିତୀୟ ଶ୍ରେଣୀରେ ୧୧ ଜଣ, ତୃତୀୟ ଶ୍ରେଣୀରେ ୧୦ ଜଣ, ଚତୁର୍ଥ ଶ୍ରେଣୀରେ ୧୦ ଜଣ ଓ ପଞ୍ଚମ ଶ୍ରେଣୀରେ ୬ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ବିଦ୍ୟାଳୟରେ ପାଠ ପଢ଼ିବା ପାଇଁ ୨ଟି ଶ୍ରେଣୀଗୃହ ରହିଛି, ଗୋଟିଏ କାର୍ଯ୍ୟାଳୟ ଓ ରୋଷେଇ ଗୃହ ରହିଛି। ଗୋଟିଏ ଶ୍ରେଣୀଗୃହରେ ୩ଟି ଓ ଅନ୍ୟଟିରେ ୨ଟି ଶ୍ରେଣୀର ପିଲା ପଢ଼ୁଛନ୍ତି। ସେଥିମଧ୍ୟରୁ ଗୋଟିଏ ଶ୍ରେଣୀଗୃହର ଚାରିପଟ କାନ୍ଥ ଫାଟି ଆଁ କରିଛି। କଳାପଟାରେ ଶିକ୍ଷକ ଚକ୍ରେ ଲେଖିପାରୁ ନାହାନ୍ତି, କଳାପଟାରେ ଲେଖିଲେ ସିମେଣ୍ଟ ପ୍ଲାଷ୍ଟର ଖସିପଡୁଛି। କାନ୍ଥର ତଳ ଅଂଶରୁ ମଧ୍ୟ ସିମେଣ୍ଟ ଛାଡିବାରେ ଲାଗିଛି। ଛାତ ଖରାପ ହୋଇଯାଇଥିବା ବେଳେ ବର୍ଷା ହେଲେ ବହୁ ମାତ୍ରାରେ ପାଣି ଗଳୁଛି। ସେହି କୋଠାରୀରେ ତଳେ ବସି ପିଲାମାନେ ପଢ଼ିବା କଷ୍ଟକର ହେଉଛି। ବର୍ଷା ହେଲେ ଗୋଟିଏ କୋଠରୀରେ ୫ଟି ଶ୍ରେଣୀର ସମସ୍ତ ପିଲାଙ୍କୁ ପଢ଼ାଇବାକୁ ପଡୁଛି।

ସେହିଭଳି କାର୍ଯ୍ୟାଳୟର ଅବସ୍ଥା ମଧ୍ୟ ସମାନ ରହିଛି। କାର୍ଯ୍ୟାଳୟରେ କୌଣସି କାଗଜପତ୍ର ରଖିଲେ ଓଦା ହୋଇଯାଉଛି। ସେଠାରେ ଜରୁରୀ କାଗଜପତ୍ର ରଖିବା ସମ୍ଭବପର ହୋଇପାରୁନି। ଏଥିସହ ରୋଷେଇଗୃହର ଅବସ୍ଥା ଭଲ ନଥିବା ବେଳେ ସେଠାରେ ରୋଷେଇ କରିବାକୁ ପଡୁଛି। ବିଦ୍ୟାଳୟ ପକ୍ଷରୁ ଏବଂ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ଦାବି କରିଲେ ମଧ୍ୟ କୌଣସି ସମାଧାନ ହୋଇପାରୁ ନାହିଁ। ଏନେଇ ପ୍ରଧାନଶିକ୍ଷୟିତ୍ରୀ ନୀଳାବତି ଆଚାର୍ଯ୍ୟଙ୍କ ସହ ଯୋଗାଯୋଗ କରିବାକୁ କହିଛନ୍ତି ଯେ, ବିଦ୍ୟାଳୟର ଗୋଟିଏ କୋଠା ପୁରୁଣା ହୋଇଥିବାରୁ ସେଠାରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଏହି ବିଷୟରେ ଶିକ୍ଷା ଅଧିକାରୀଙ୍କୁ ଜଣାଇଥିବା ନେଇ ସେ କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button