ରାଜ୍ୟ

କିଶୋର ଜେନାଙ୍କୁ ମିଳିବ ଦେଢ଼ କୋଟି ଟଙ୍କାର ପୁରସ୍କାର, ଘୋଷଣା କଲେ ରାଜ୍ୟ ସରକାର – Ibnodisha

[ad_1]

ଭୁବନେଶ୍ବର: ଚୀନର ହାଙ୍ଗଝୁଠାରେ ଚାଲିଥିବା ଏସୀୟ କ୍ରୀଡ଼ାର ଜାଭେଲିନ ପ୍ରତିଯୋଗିତାରେ‌ ‌ରୌପ୍ୟ ପଦକ ହାସଲ କରିଥିବା କିଶୋର କୁମାର ଜେନାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। କିଶୋର ଜେନାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦେଢ଼ ‌କ‌ୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। କିଶୋର ରାଜ୍ୟବାସୀଙ୍କ ପାଇଁ ଐତିହାସିକ କ୍ଷଣ ସୃଷ୍ଟି କରିଛନ୍ତି। ତାଙ୍କର ସଫଳତା ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଇବ। ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ସବୁ ପ୍ରକାରର ସହାୟତା ଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

ସୂଚନାଯୋଗ୍ୟ, ପୁରୁଷ ଜାଭେଲିନ ଥ୍ରୋରେ ଭାରତକୁ ଉଭୟ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ମିଳିଛି। ଭାରତର ଷ୍ଟାର୍ ଖେଳାଳି ନୀରଜ ଚୋପ୍ରା ପୁଣି ଥିରେ ଚାମ୍ପିଅନ ପ୍ରଦର୍ଶନ କରି ସ୍ବର୍ଣ୍ଣ ଜିତିଛନ୍ତି । ସେ ୮୮.୮୮ ମିଟର ଦୂରକୁ ଜାଭେଲିନ ଫିଙ୍ଗି ସ୍ବର୍ଣ୍ଣ ପଦକ ଜିତିଛନ୍ତି । ସେହିପରି ଇତିହାସ ରଚିଛନ୍ତି ଓଡ଼ିଆ ପୁଅ କିଶୋର କୁମାର ଜେନା । ସେ ୮୭.୫୪ ମିଟର ଜାଭେଲିନ ଫିଙ୍ଗି ରୌପ୍ୟ ପଦକ ଜିତିଛନ୍ତି। ଜାପାନର ଡିନ ରୋଡରିକ୍ ଗେନକି ବ୍ରୋଞ୍ଜ୍ ପଦକ ଜିତିଛନ୍ତି। ଏଥି ସହିତ କିଶୋର ଜେନା ୨୦୨୪ରେ ହେବାକୁ ଥିବା ପ୍ୟାରିସ୍‌ ଅଲିମ୍ପିକ୍ସ ପାଇଁ ‌ଯୋଗ୍ୟତା ଅର୍ଜନ କରିଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button