ହିଟ୍ ୱେବ୍ ପାଇଁ ସତର୍କ କଲା ପାଣିପାଗ ବିଭାଗ – Ibnodisha

[ad_1]
ଭୁବନେଶ୍ୱର : ଦିନ ୨ଟା ସୁଦ୍ଧା କେନ୍ଦୁଝର, ସମ୍ବଲପୁର ଓ ହୀରାକୁଦରେ ୩୯ ଡିଗ୍ରୀ ପାର କରିଥିଲା ପାରଦ। ଆଗକୁ ଆଉରି ଅଣାୟତ କରିବ ଖରା ଗରମ ବୋଲି ସତର୍କ କରିଛି ପାଣିପାଗ ବିଭାଗ। ଆସନ୍ତାକାଲିଠୁ ବିଭିନ୍ନ ଜିଲ୍ଲାରେ ହିଟ୍ ୱେବ୍ ବା ଗ୍ରୀଷ୍ମ ପ୍ରବାହ ସ୍ଥିତି ଉପୁଜିବା ନେଇ ଆଲର୍ଟ ଜାରି ହୋଇଛି। ଆସନ୍ତାକାଲି ବାଲେଶ୍ଵର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ମୟୁରଭଞ୍ଜ ଓ କେନ୍ଦୁଝରରେ ହିଟ୍ ୱେବ୍ ନେଇ ୟଲୋ ଆଲର୍ଟ ଜାରି ହୋଇଛି। ସେହିଭଳି ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, ସୋନପୁର, କନ୍ଧମାଳ ଓ ନୟାଗଡ଼ରେ ଉଷ୍ମ ରାତି ଅନୁଭୂତ ହେବ। ଆସନ୍ତାକାଲି ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ୪୨ ଡିଗ୍ରୀ ଓ ହିଟ୍ ୱେବ୍ ଜିଲ୍ଲାରେ ୪୦ ରୁ ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ ହେବା ସହ ଝାଞ୍ଜି ପବନ ପ୍ରବାହିତ ହେବ । ଆସନ୍ତା ୬ ତାରିଖ ଯାଏଁ ଏଭଳି ପାଗ ବଳବତ୍ତର ରହିବ। ୭ ତାରିଖରୁ ପାଗରେ ପରିବର୍ତ୍ତନ ହେବା ନେଇ ଆକଳନ ହେଉଛି। ଆସନ୍ତା ସପ୍ତାହରୁ ପାଗ ବଦଳିପାରେ। ୭ ତାରିଖରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ଆଶ୍ୱସ୍ତି ଆଣିବ । ୮ରୁ ବଢ଼ିପାରେ ବର୍ଷା, ଫଳରେ ତାତିରେ ବ୍ରେକ ଲାଗିପାରେ ବୋଲି ଆକଲନ ହେଉଛି।
[ad_2]




