ରାଜ୍ୟ

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ କୁଆଲା ଲୁମ୍ପୁର ଠାରେ ସମ୍ମମ୍ ସମ୍ବର୍ଦ୍ଧିତ – Ibnodisha

[ad_1]

ଭୁବନେଶ୍ୱର : ଓଡ଼ିଶାରେ ଉତମ ମାନର ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ନୂତନତମ କ୍ୱାଟରନାରି କେୟାର ହସ୍ପିଟାଲ ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ୍‌)କୁ ଗତ ମାର୍ଚ୍ଚ ୨୨ ତାରିଖରେ କୁଆଲା ଲୁମ୍ପୁର ଠାରେ ‘ଏକ୍ସିଲେନ୍ସ ଇନ୍ ହସ୍ପିଟାଲିଟି ଆଣ୍ଡ ହେଲ୍‌ଥ କେୟାର ସର୍ଭିସ୍ ଆୱାର୍ଡ’ରେ ସମ୍ମାନିତ କରାଯାଇଛି । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉତ୍କର୍ଷତା ନେଇ ପୂର୍ବ ଭାରତର ଶ୍ରେଷ୍ଠ ହସ୍ପିଟାଲ୍ ଭାବେ ସମ୍ମମ୍‌କୁ ‘ମିର୍ଚି’ ପକ୍ଷରୁ ଦିଆଯାଇଥିବା ଏହି ସମ୍ମାନକୁ ହସ୍ପିଟାଲ୍‌ର ଚିଫ୍ ଏଗ୍‌ଜିକ୍ୟୁଟିଭ୍ ଅଫିସର ଡକ୍ଟର ଶ୍ୱେତପଦ୍ମା ଦାଶ ଗ୍ରହଣ କରିଥିଲେ । ‘ଏହି ସମ୍ମାନ ଆମ ପାଇଁ ଗର୍ବ ଓ ଗୌରବ ଭରି ଦେଇଥିବା ବେଳେ ମୁଁ ଅତି ବିନମ୍ରତାର ସହ ଏହାକୁ ଗ୍ରହଣ କରୁଛି’ ବୋଲି ଡକ୍ଟର ଦାଶ କହିଛନ୍ତି ।

ମାତ୍ର ୪ ବର୍ଷ ମଧ୍ୟରେ ଏହି ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲଟି ସାଧାରଣରେ ଆଦୃତ ହେବା ସହ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସବୁଠାରୁ ପସନ୍ଦ ଯୋଗ୍ୟ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ଅନୁଷ୍ଠାନ ଭାବେ ଉଭା ହୋଇପାରିଛି । ଏହି ସମ୍ମାନ ହସ୍ପିଟାଲର ପ୍ରତ୍ୟେକ ସଦସ୍ୟଙ୍କର କଠିନ ପରିଶ୍ରମ ଓ ଏକାଗ୍ରତାକୁ ଇଙ୍ଗିତ କରେ ବୋଲି ସେ କହିଛନ୍ତି । “ମିଳିତ ଭାବେ ଆମେ ଇତିହାସ ରଚିଛୁ ଏବଂ ସ୍ୱାସ୍ଥ୍ୟସେବା ଶିଳ୍ପରେ ନୂତନ ମାନର ଉତ୍କର୍ଷ ସୃଷ୍ଟି କରିଛୁ । ଏ ନେଇ ମୁଁ ଆମ ରୋଗୀ, ସେମାନଙ୍କର ପରିବାରବର୍ଗ ଓ ସମାଜକୁ ସେମାନଙ୍କର ଆକୁଣ୍ଠ ସହଯୋଗ ପାଇଁ ମୋର ଆନ୍ତରିକ କୃତଜ୍ଞତା ଜଣାଉଛି । ଏହି ସମ୍ମାନରେ ଆମ ଠାରୁ ସେମାନଙ୍କର ଅଧିକ ଅଧିକାର ଅଛି” ବୋଲି ଡକ୍ଟର ଦାଶ କହିଛନ୍ତି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button