ରାଜ୍ୟ

ସୃଷ୍ଟି ହେଲା ସୁଦୃଶ ଲଘୁଚାପ କ୍ଷେତ୍ର – Ibnodisha

[ad_1]

ଭୁବନେଶ୍ୱର : ସୃଷ୍ଟି ହେଲା ସୁଦୃଶ ଲଘୁଚାପ କ୍ଷେତ୍ର। ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ସଦୃଶ ଲଘୁଚାପ ସୃଷ୍ଟି ହୋଇଛି। ଆସନ୍ତାକାଲି ସୁଦ୍ଧା ଏହା ଅବପାତର ରୂପ ନେଇପାରେ। ଏହାପରେ ପରବର୍ତ୍ତୀ ୪୮ ଘଣ୍ଟାରେ ଘନୀଭୂତ ହୋଇ ବାତ୍ୟାର ସମ୍ଭାବନା ରହିଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ପାଶ୍ୱର୍ବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗରରେ ଗତକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଆସନ୍ତାକାଲି ୩୦ ତାରିଖ ସୁଦ୍ଧା ଏହା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି।

ଅବପାତ ସୃଷ୍ଟି ହେବା ପରେ କ୍ରମେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ପାଶ୍ୱର୍ବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ପହଞ୍ଚି ଆହୁରି ଘନୀଭୂତ ହୋଇ ସାମୁଦ୍ରିକ ଝଡର ରୂପ ନେବାର ସମ୍ଭାବନା ରହିଛି। ଆସନ୍ତାକାଲି ଅବପାତ ସୃଷ୍ଟି ହେଉଥିଲେ ମଧ୍ୟ ତାହା ପ୍ରଭାବରେ ଓଡିଶା ଉପକୂଳ ତଥା ଓଡିଶାର କୌଣସି ଅଞ୍ଚଳକୁ ଚେତାବନୀ ଜାରି କରାଯାଇ ନାହିଁ। ଆସନ୍ତା ୩ ଓ ୪ ତାରିଖରେ କେବଳ ହାଲକା ବର୍ଷା ହେବାର ଅନୁମାନ କରାଯାଉଛି। ୧ ତାରିଖରୁ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button