ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି ବିଶ୍ବରଞ୍ଜନ – Ibnodisha

[ad_1]
ଯାଜପୁର : ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀ ବିଧାନସଭା ଆସନ ପାଇଁ ବିଶ୍ବରଞ୍ଜନ ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି ବିଜେଡ଼ି। ଗତ ଦୁଇଦିନ ତଳେ ପ୍ରାର୍ଥୀ ଘୋଷଣା ପରେ ବିଶ୍ଵ ଆଜି କର୍ମୀ ମାନଙ୍କ ସହ ଆସି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି । ଏଠାରେ ସେ ନିଜ ପତ୍ନୀଙ୍କ ସହ ମା ବିରଜାଙ୍କ ପୂଜାର୍ଚ୍ଚନା କରି ନିର୍ବାଚନ ପ୍ରଚାରକୁ ଓହ୍ଲାଇଛନ୍ତି | ଏହି ଅବସରରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ସହ 5ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଓ ବିଜେଡ଼ି ରାଜ୍ୟ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ କୃତଜ୍ଞତା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ତାଙ୍କର ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ନେଇ ଭୋଟରଙ୍କ ନିକଟକୁ ଯିବେ ଏବଂ ଦଳ ସପକ୍ଷରେ ଭୋଟ ଭିକ୍ଷା କରିବେ ବୋଲି କହିଛନ୍ତି ବିଶ୍ଵ l ଏଥର ନିର୍ବାଚନରେ ବରୀର ଭୋଟର ଭାଇ ଭଉଣୀ ଓ ମାଆ ମାଉସୀ ମାନେ ବିପୁଳ ସଂଖ୍ୟାରେ ଭୋଟ ଦେଇ ତାଙ୍କୁ ନିର୍ବାଚିତ କରିବେ ବୋଲି ପ୍ରାର୍ଥୀ ବିଶ୍ଵରଞ୍ଜନ ମଲ୍ଲିକ ଆଶାବାଦୀ ଅଛନ୍ତି l
[ad_2]