ରାଜ୍ୟ

ଚାନ୍ଦା ମାଗିଲେ ବନ୍ଧା ହେବେ – Ibnodisha

[ad_1]

ଭୁବନେଶ୍ୱର : ଆରମ୍ଭ ହୋଇଗଲାଣି ପାର୍ବଣର ଋତୁ । ଆଗକୁ ଗଣେଶପୂଜା । ତା’ ପଛକୁ ଶାରଦୀୟ ଦୁର୍ଗାପୂଜା । ଲକ୍ଷ୍ମୀପୂଜା, କାଳୀପୂଜା, ଦୀପାବଳି ପର୍ଯ୍ୟନ୍ତ ଚାଲିବ ପୂଜାର ଆସର । ବିଭିନ୍ନ ମଣ୍ଡପରେ ପୂଜା ପାଇଁ ମଧ୍ୟ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଏଥି ପାଇଁ ଚାନ୍ଦାଭେଦା ଆଦାୟ ପର୍ବ ମଧ୍ୟ ଜୋରଦାର ହେବ । ଏହାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ଏକ ଆଡଭାଇଜରୀ ଜାରି କରାଯାଇଛି । ପୂଜା ନାଁରେ ଏଣିକି କେହି ଜୋରଜବରଦସ୍ତ ଚାନ୍ଦା ଆଦାୟ କରିପାରିବେ ନାହିଁ । ପୂଜାବଟି ଆଦାୟ ଉପରେ ଲାଗିବ ରୋକ । ଅଭିଯୋଗ ଆସିଲେ ବାନ୍ଧିବ ପୋଲିସ । ପୂଜା ଚାନ୍ଦା ମାଗିଲେ ତୁରନ୍ତ କମିଶନରେଟ୍ ପୋଲିସକୁ ଜଣାଇବାକୁ କହିଛନ୍ତି ଡିସିପି । ଏଥିପାଇଁ ପୋଲିସ ପକ୍ଷରୁ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ଟୋଲ ଫ୍ରି ନମ୍ବର ୭୦୭୭୭୯୮୧୧୧ । ଅଭିଯୋଗକାରୀଙ୍କ ସମ୍ପୂର୍ଣ୍ଣ ନାମ ଓ ଠିକଣା ଗୋପନ ରଖାଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି । ଗଣେଶ ପୂଜା ଓ ଦୁର୍ଗା ପୂଜା ପୂର୍ବରୁ ଏହି ପଦକ୍ଷେପ ନେଇଛିି କମିଶନରେଟ୍ ପୋଲିସ । ସେହିପରି ପେଶାଦାର ଅପରାଧୀଙ୍କୁ ଧରିବାକୁ ଗଠନ ହୋଇଛି ସ୍ପେଶାଲ ଟିମ । ନିଶା କାରବାର ଉପରେ ନୀତିଦିନ ଚାଲିଛି ଚଢ଼ାଉ । ଚୋରି, ଛିନତାଇ ଗ୍ୟାଙ୍ଗ ପରେ ଏବେ ଦାଦାବଟି ଉପରେ କଡା ନଜର ରଖିଛି ପୋଲିସ ।ପୂଜା ପାର୍ବଣର ମାହୋଲରେ ଅନେକ ଅସାମଜିକ ମଧ୍ୟ ମାତିବେ । ପୂଜା ଆଳରେ ଦାଦାବଟି ଆଦାୟ ଭଳି ଘଟଣା ମଧ୍ୟ ସାମ୍ନାକୁ ଆସିବ । ସେମାନଙ୍କ ଉପରେ ନଜର ରଖିବା ଏବଂ ପୂଜାରେ କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବା କମିଶନରେଟ୍ ପୋଲିସ ପାଇଁ ଚାଲେଂଜ୍ ହେବ ନିଶ୍ଚୟ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button