ରାଜ୍ୟ

ସମ୍ପୂର୍ଣ୍ଣ ନକ୍ସଲ ମୁକ୍ତ ହେବ ଓଡ଼ିଶା : ବିଏସଏଫ୍ ଡିଆଇଜି – Ibnodisha

[ad_1]

ଭୁବନେଶ୍ବର: ସମ୍ପୂର୍ଣ୍ଣ ନକ୍ସଲ ମୁକ୍ତ ହେବ ଓଡ଼ିଶା। ମାଓ ଦମନ ପାଇଁ ବଡ଼ ଯୋଜନା କରିଛି ବିଏସଏଫ। ଏନେଇ ବିଏସଏଫ୍ ଡିଆଇଜି ଧୀରେନ୍ଦ୍ର କୁମାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟର ବିଭିନ୍ନ ମାଓପ୍ରବଣ ଜିଲ୍ଲାରେ ନିର୍ମାଣ ହେବ ଅଧିକରୁ ଅଧିକ ବିଏସଏଫ କ୍ୟାମ୍ପ। କନ୍ଧମାଳ, କଳାହାଣ୍ଡି, ବୌଦ୍ଧ ଜିଲ୍ଲାର ୪୫ କିଲୋମିଟର ମଧ୍ୟରେ ବଡ଼ାପାଜୁ ଅଂଚଳରେ ଗୋଟିଏ କ୍ୟାମ୍ପ ଥିବା ବେଳେ ଏବେ ଆହୁରି ଏକ କ୍ୟାମ୍ପ ନିର୍ମାଣ କରାଯିବ। ୨୦୧୦ରୁ ୨୦୨୪ ମଧ୍ୟରେ ବିଏସଏଫ ଯବାନ ୬୫ ଜଣ ନକ୍ସଲଙ୍କୁ ନିପାତ କରିଥିବା ବେଳେ ୭୯୩ ଜଣଙ୍କୁ ଗିରଫ କରାଯାଇଛି। ସେ ଆହୁରି କହିଛନ୍ତି, ଓଡ଼ିଶାରେ ୬୬୨ ଜଣ ନକ୍ସଲ ଆତ୍ମ ସମର୍ପଣ କରିଛନ୍ତି। ମୋଟ ୧ କୋଟି ୧୦ ଲକ୍ଷ ଟଙ୍କା ଜବତ କରାଯାଇଛି। ତେବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନୂଆ ଯୋଜାନାଗୁଡ଼ିକୁ ନକ୍ସଲ ଗଡ଼ରେ ଲୋକଙ୍କ ପାଖରେ ପହଞ୍ଚାଇବା ଦାୟିତ୍ୱ ବିଏସଏଫ ନେଇଛି। ଏଥିସହ ୨ ବର୍ଷରେ ରାଜ୍ୟକୁ ସମ୍ପୂର୍ଣ୍ଣ ନକ୍ସଲଏ ମୁକ୍ତ କରିବା ନେଇ ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button