ଦେଶ

୩୭.୩୯ କିଲୋଗ୍ରାମ ଗଞ୍ଜେଇ ଜବତ : ୨ ଗିରଫ – Ibnodisha

[ad_1]

ଥାନେ: ମହାରାଷ୍ଟ୍ରରେ ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଲେ ଓଡ଼ିଶାର ଦୁଇ ବ୍ୟକ୍ତି। ସେମାନଙ୍କ ନିକଟରୁ ୧୬.୬୮ ଲକ୍ଷ ଟଙ୍କା ମୂଲ୍ୟର ୩୭.୩୯ କିଲୋଗ୍ରାମ ଗଞ୍ଜେଇ ଜବତ କଲା ଥାନେ ପୋଲିସ। ଏନେଇ ଥାନା ଅଧିକାରୀ ସୋମବାର ସୂଚନା ଦେଇଛନ୍ତି। ସୂଚନା ମୁତାବକ ଭିୱଣ୍ଡି ଅଞ୍ଚଳର ଅଞ୍ଜୁରଫାଟ-ଭସାଇ ରାସ୍ତାରେ ଗଞ୍ଜେଇ ଚାଲାଣ ହେବା ନେଇ କ୍ରାଇମ ବ୍ରାଞ୍ଚ ଟିମ୍ ଖବର ପାଇଥିଲା। ଖବର ମୁତାବକ ମାର୍ଚ୍ଚ ୧ ତାରିଖ ସନ୍ଧ୍ୟାରେ କ୍ରାଇମ ବ୍ରାଞ୍ଚ୍ ଟିମର ସଦସ୍ୟ ଉକ୍ତ ଅଞ୍ଚଳର ଯାଞ୍ଚ କରିଥିଲେ। ସେଠାରେ ଯାଞ୍ଚ ବେଳେ ଓଡ଼ିଶାର ଦୁଇ ବ୍ୟକ୍ତିଙ୍କ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ସେମାନଙ୍କୁ ଗିରଫ କରିଥିବା ନେଇ ଭୋଇଡା ଥାନା ଅଧିକାରୀ ସୂଚନା ଦେଇଛନ୍ତି।ଗିରିଫ ହୋଇଥିବା ଅଭିଯୁକ୍ତ ରାଜକିଶୋର ବେହେରା ଏବଂ ସାଗର ସୁରେନ୍ଦ୍ର ନାୟକ ବୋଲି ଜଣାପଡିଛି। ନାର୍କୋଟିକ୍ ଡ୍ରଗ୍ ଏବଂ ସାଇକୋଟ୍ରୋପିକ୍ ସବଷ୍ଟାନ୍ସ (ଏନଡିପିଏସ୍) ଅଧିନିୟମ ଅନୁଯାୟୀ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ଅଧିକାରୀ କହିଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button