ଦେଶ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ହୋଇଥିବା ଦ୍ୱିତୀୟ ଆବେଦନ ଖାରଜ – Ibnodisha

[ad_1]

ନୂଆଦିଲ୍ଲୀ : ମଦ ଦୁର୍ନୀତି ମାମଲାରେ ଗିରଫ ହେବା ପରେ ତିହାର ଜେଲରେ ବନ୍ଦୀ ଥିବା ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ହୋଇଥିବା ଆବେଦନର ଶୁଣାଣି କରିବାକୁ ଦିଲ୍ଲୀ ହାଇକୋର୍ଟ ମନା କରିଦେଇଛନ୍ତି। ଦିଲ୍ଲୀ ହାଇକୋର୍ଟର ଏକ ଖଣ୍ଡପୀଠ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ପଦରେ ରହିବେ କି ନାହିଁ ତାହା କେଜ୍ରିୱାଲଙ୍କ ବ୍ୟକ୍ତିଗତ ନିଷ୍ପତ୍ତି। କେଜ୍ରିୱାଲଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ଏହା ହେଉଛି ଦ୍ୱିତୀୟ ଆବେଦନ ଯାହାକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ହାଇକୋର୍ଟ ଆବେଦନକାରୀଙ୍କୁ ସାମ୍ବିଧାନିକ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହେବାକୁ କହିଛନ୍ତି। ଖଣ୍ଡପୀଠ କହିଛନ୍ତି, କେଉଁଠି କୋର୍ଟ ଦ୍ବାରା ରାଷ୍ଟ୍ରପତି ଶାସନ ବା ରାଜ୍ୟପାଳ ଶାସନ ଲାଗୁ ହୋଇଥିବାର ଦୃଷ୍ଟାନ୍ତ ଆପଣଙ୍କ ପାଖରେ ଅଛି କି? ସମାଜସେବୀ ତଥା ହିନ୍ଦୁ ସେନାର ରାଷ୍ଟ୍ରୀୟ ସଭାପତି ବିଷ୍ଣୁ ଗୁପ୍ତା ଏହି ପିଟିସନ ଦାଖଲ କରିଥିଲେ। ଏହାପରେ ଗୁପ୍ତା ତାଙ୍କ ଆବେଦନ ପ୍ରତ୍ୟାହାର କରି ଉପରାଜ୍ୟପାଳଙ୍କ ନିକଟରେ ଆବେଦନ କରିବେ ବୋଲି କହିଥିଲେ। ଆବେଦନକାରୀଙ୍କ ଓକିଲ କହିଛନ୍ତି ଯେ ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରାଯିବା ପରେ ଜାତୀୟ ରାଜଧାନୀରେ ଅଚଳାବସ୍ଥା ଦେଖାଦେଇଥିଲା। ହାଇକୋର୍ଟ କହିଛନ୍ତି ଯେ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବା ଉପରାଜ୍ୟପାଳ କିମ୍ବା ରାଷ୍ଟ୍ରପତିଙ୍କ ଉପରେ ନିର୍ଭର କରେ। ଏଲ୍‌ଜି ଏ ବିଷୟରେ ନିଷ୍ପତ୍ତି ନେବାପାଇଁ ସମ୍ପୂର୍ଣ୍ଣ ସକ୍ଷମ। ସେ ଆମର ମାର୍ଗଦର୍ଶନ ଆବଶ୍ୟକ କରନ୍ତି ନାହିଁ। ଆଇନ ଅନୁଯାୟୀ ଯାହା କରିବାକୁ ପଡ଼ିବ ସେ ତାହା କରିବେ ବୋଲି କୋର୍ଟ କହିଛନ୍ତି। ସୂଚନାଯୋଗ୍ୟ, ଇଡିର ଗିରଫଦାରୀକୁ ଚ୍ୟାଲେଂଜ କରି କେଜ୍ରିୱାଲ ହାଇକୋର୍ଟରେ କରିଥିବା ଆବେଦନ ଉପରେ ଗତକାଲି ଶୁଣାଣି ‌ ପ୍ରକ୍ରିୟା ଶେଷ ହୋଇଥିଲା ଏବଂ ଏ ବାବଦ ରାୟ ସଂରକ୍ଷିତ ରହିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button