ଦେଶ

ପୁଅ ଠାରୁ ଅଲଗା ହେବାକୁ ନ ପଡୁ ସେଥିପାଇଁ ଜଣେ ମା ନିଜର ବୋହୁର ୬ ମାସ ପର୍ଯ୍ୟନ୍ତ କରିଲେ ସେବା, ତଥାପି ବଞ୍ଚାଇ ପାରିଲେ ନାହିଁ ନିଜ ଘରକୁ

ମଧ୍ୟପ୍ରଦେଶରେ ଜଣେ ମା ନିଜର ପୁଅ ଠାରୁ ଅଲଗା ନ ରହିବା ପାଇଁ ୬ ମାସ ପର୍ଯ୍ୟନ୍ତ ବୋହୁର ବହୁତ ସେବା କରିଲେ । କିନ୍ତୁ ବୋହୁର ସେବା କରିବା ପରେ ବି ଏହି ମା’କୁ ନିଜର ପୁଅଠାରୁ ଅଲଗା ହେବାକୁ ପଡିଲା । ଏହି ଘଟଣା ବଡବାନୀର ଅଟେ । କୁହାଯାଉଛି କି ପୁଅର ବାହାଘର ପରେ ଘରକୁ ଆସିବା ମାତ୍ରେ ହିଁ ବୋହୁ ନିଜର ଶାଶୁ ଦ୍ଵାରା ଘରର ସମସ୍ତ କାମ କରାଇବାକୁ ଲାଗିଲା ।

ଏତିକି ନୁହେଁ ବୋହୁ ନିଜ ଶାଶୁ ଠାରୁ ଅଲଗା ରହିବା ପାଇଁ ମଧ୍ୟ ନିଜ ସ୍ଵାମିକୁ କହିଲା । ଏହା ପରେ ଶାଶୁ ଜଣକ ଭାବିଲେ କି ଯଦି ମୁଁ ମୋର ବୋହୁର ସେବା କରିବି ତେବେ ବୋହୁ ଅଲଗା ରହିବାର ଚିନ୍ତା କରିବ ନାହିଁ । କିନ୍ତୁ ଏମିତି କିଛି ହେଲା ନାହିଁ ଶେଷରେ ଏହି ମାମଲା ଜିଲ୍ଲା ମୁଖ୍ୟାଳୟର ପରିବାର ପରାମର୍ଶ କେନ୍ଦ୍ରରେ ଯାଇ ପହଞ୍ଚିଲା । ଏହା ପରେ ଦୁଇ ପକ୍ଷଙ୍କର କଥା ଶୁଣି ଅଧିକାରୀମାନେ ସେମାନଙ୍କୁ ଅଲଗା କରିବାର ନିଷ୍ପତ୍ତି ଶୁଣାଇଲେ ।

ଏହି କାରଣରୁ ବୋହୁ ହେବାକୁ ଚାହୁଁଥିଲେ ଅଲଗା

ଜିଲ୍ଲା ମୁଖ୍ୟାଳୟକୁ ଏହି ମାମଲା ଆସିବା ପରେ ଯେତେବେଳେ ଏହି ମାମଲାର ସମସ୍ତ କଥାକୁ ଶୁଣାଗଲା ତେବେ ଏହା ଜଣା ପଡିଲା କି ଏହି ମହିଳା ଜଣକ ୨୦୧୫ରେ ନିଜ ପୁଅର ବାହାଘର କରିଥିଲେ ଓ ତାଙ୍କ ବୋହୁ ଉତ୍ତରାଖଣ୍ଡ ର ନୈନୀତାଲର ନିବାସୀ ଥିଲେ । ବାହାଘର ପରେ ମଧ୍ୟପ୍ରଦେଶ ଆସିବା ପରେ ବୋହୁର ଏଠି ମନ ଲାଗିଲା ନାହିଁ ଏବଂ ବୋହୁ ସହର ଯିବା ପାଇଁ ଜିଦ କରିବାକୁ ଲାଗିଲା ।

ବୋହୁର ଏହି ଜିଦକୁ ଦେଖି ଶାଶୁ ଚିନ୍ତା କରିଲେ ଯଦି ମୁଁ ବୋହୂର ସେବା କରିବି ତେବେ ସବୁ ଠିକ ହୋଇଯିବ । ଏହା ପରେ ଶାଶୁ ୬ ମାସ ପର୍ଯ୍ୟନ୍ତ ଖାଦ୍ୟ ପ୍ରସ୍ତୁତ କରି ବୋହୁକୁ ଖାଇବାକୁ ଦେଲେ କିନ୍ତୁ ଏତେ ସେବା କରିବା ସତ୍ତ୍ୱେ ବି ବୋହୁ ମାନିଲା ନାହିଁ ।

ନେଲେ ଏହି ନିଷ୍ପତ୍ତି

ଜିଲା ମୁଖ୍ୟାଳୟର ପରିବାର ପରାମର୍ଶ କେନ୍ଦ୍ରରେ ବୋହୁକୁ ଶାଶୁ ସହିତ ରହିବା ପାଇଁ ବୁଝାଗଲା । କିନ୍ତୁ ବୋହୁ ମାନିଲା ନାହିଁ । ଅଧିକାରୀମାନେ ବୋହୁର କାଉଂସଲିଂଗ କରିବା ପରେ ଜାଣି ପାରିଲେ କି ବୋହୁ ଗାଁରେ ରହିବାକୁ ଚାହୁଁନାହିଁ ଓ ସେ ନିଜ ସ୍ଵାମୀ ସହିତ ସହରରେ ରହିବାକୁ ଚାହୁଁଛି । ଶେଷରେ ଗୋଟିଏ ମା ନିଜ ପୁଅ ଠାରୁ ଅଲଗା ରହିବାକୁ ବାଧ୍ୟ ହେଲେ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button