IBN ଓଡ଼ିଶା ବ୍ୟୁରୋଦୁର୍ଘଟଣାଦେଶ
ଉଦାମପୁରର ରାମନଗର ନିକଟରେ ସଡକ ଦୁର୍ଘଟଣା, 3ମୃତ 5 ନିଖୋଜ

IBN ଓଡିଶା(ବ୍ୟୁରୋ):-ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀର ଉଦାମପୁରର ରାମନଗର ନିକଟରେ ସଡକ ଦୁର୍ଘଟଣା ଘଟିଛି। ଏକ କାର ପାହାଡ଼ିଆ ରାସ୍ତାରୁ ତଳକୁ ଖସି ପଡିବାରୁ 5ଜଣ ନିଖୋଜ ହୋଇଯାଇଛନ୍ତି। ନିଖୋଜଙ୍କ ମଧ୍ୟରେ 3 ଛୋଟ ପିଲା ଥିବା ସୂଚନା ମିଳିଛି। ନଦୀର ସ୍ରୋତ ଅଧିକ ଥିବାରୁ ସେମାନଙ୍କୁ ବହୁତ ତଳକୁ ଭସେଇ ନେଇଥିବା ପୋଲିସ ଏବଂ ଉଦ୍ଧାରକାରୀ ଟିମ୍ ସନ୍ଦେହ କରୁଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି।ଏ ନେଇ ରାମନଗର ଏସଡିପିଓ ସୂଚନା ଦେଇଛନ୍ତି।
ଏସଡିପିଓଙ୍କ କହିବା ଅନୁଯାୟୀ, ନଦୀରେ ଜଳ ପ୍ରବାହ ଅତ୍ୟନ୍ତ ଶକ୍ତିଶାଳୀ ଥିବାରୁ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ କଷ୍ଟସାଧ୍ୟ ହେଉଛି। ନିଖୋଜଙ୍କୁ ଖୋଜା ଚାଲିଛି। ସେପଟେ ଦୁଇଦିନ ଧରି ଜମ୍ମୁରେ ପ୍ରବଳ ବର୍ଷା ହୋଇଥିବାରୁ ସମସ୍ତ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଅନେକ ସ୍ଥାନରେ ଭୁସ୍ଖଳନ ହେବାରୁ ରାସ୍ତ ମଧ୍ୟ ଧୋଇ ଯିବା ସହ ଯାତାୟତ ବନ୍ଦ ହୋଇଛି।