IBN ଓଡ଼ିଶା ବ୍ୟୁରୋଦୁର୍ଘଟଣା

ପାରାଦୀପରେ ଚାଞ୍ଚଲ୍ୟ, ନାବାଳକକୁ ୨୫ ଟଙ୍କାର ଲୋଭ ଦେଖାଇ ଶିଶୁ ବଳି ଉଦ୍ୟମ

IBN ଓଡିଶା(ବ୍ୟୁରୋ):-ଜଗତସିଂହପୁର: ପାରାଦୀପରେ ଚାଞ୍ଚଲ୍ୟ । ନାବାଳକକୁ ମାତ୍ର ୨୫ ଟଙ୍କାର ଲୋଭ ଦେଖାଇ ଶିଶୁ ବଳି ଉଦ୍ୟମ । ଘଟଣାରେ ସଂପୃକ୍ତ ଗୁଣିଆକୁ ପୋଲିସ ଅଟକ ରଖିଥିବା ବେଳେ ଏଥିରେ ସ୍ଥାନୀୟ କିଛି ମହିଳାଙ୍କ ସମ୍ପୃକ୍ତି ରହିଥିବା ସାମ୍ନାକୁ ଆସିଛି । ରୋଗରୁ ମୁକ୍ତି ପାଇବା ପାଇଁ ଗୁଣିଆକୁ ଡାକି ଶିଶୁ ବଳି ଉଦ୍ୟମ ହୋଇଥିବା କୁହାଯାଉଛି । ଏଭଳି ଘଟଣା ଘଟିଛି ଷଣ୍ଢକୁଦ ବସ୍ତି ଅଞ୍ଚଳରେ  ।
ସୂଚନାନୁସାରେ, ଗତ ଶନିବାର ଦିନ ତାଙ୍କ ପୁଅ, ତାର ମାମୁଁ ଘର ନିକଟରେ ଖେଳୁଥିବା ବେଳେ ସେଠାକାର କିଛି ମହିଳା ୨୫ ଟଙ୍କାର ଲୋଭ ଦେଖାଇ ନଦୀରୁ ପାଣି ଉଠାଇବାକୁ କହିଥିଲେ । ଉକ୍ତ ନାବାଳକକୁ ଏକ ଛୁରୀ ଦ୍ୱାରା ପାଣିରେ ଗାର ଟାଣିବା ପରେ ପାଣି ଉଠାଇବାକୁ କହିଥିଲେ । ପାଣି ଉଠାଇବା ପରେ ୫ ଟଙ୍କା ତା ହାତରେ ଦେବା ସହିତ ସନ୍ଧ୍ୟାରେ ୨୦ ଟଙ୍କା ଦେବାକୁ ଲୋଭ ଦେଖାଇଥିଲେ । ସନ୍ଧ୍ୟାରେ ଉକ୍ତ ନାବାଳକକୁ ନଦୀ କୂଳରେ ଫୁଲମାଳ ପିନ୍ଧାଇବା ସହିତ ସିନ୍ଦୁର ଲଗାଇ ପୂଜା କରାଯାଉଥିବା ବେଳେ ଯୁବକଙ୍କ ବାପା ସେଠାରେ ପହଞ୍ଚି ବାଳକକୁ ଉଦ୍ଧାର କରିଥିଲେ । ଏନେଇ ନାବାଳକଙ୍କ ପିତା ଥାନାରେ ଏତଲା ଦେଇଛନ୍ତି । ପୁଣି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଲୋକମାନେ ଏଭଳି କାଣ୍ଡ କରୁଥିବା ଦେଖିବାକୁ ମିଳୁଛି ।

Related Articles

Leave a Reply

Your email address will not be published. Required fields are marked *

Back to top button