କରୋନାରେ ମୃତ୍ୟୁ ଭାବି ଛୁଇଁଲେନି ଗ୍ରାମବାସୀ, ମୃତଦେହକୁ ଉଠାଇଲେ ସାମ୍ବାଦିକ

IBN ଓଡିଶା(ବ୍ୟୁରୋ):-ଗଞ୍ଜାମ : କରୋନା ନେଇଯାଉଛି ମାନବିକତା।କରୋନାରେ ମୃତ୍ୟୁ ଭାବି ବୃଦ୍ଧଙ୍କ ଶବକୁ ଛୁଇଁଲେନି ଗ୍ରାମବାସୀ । ହେଲେ ମାନବିକତା ଦେଖାଲେ 4 ସାମ୍ବାଦିକ । ଏହି ଘଟଣା ହେଉଛି ଗଞ୍ଜାମ ଜିଲ୍ଲଶର ସେରଗଡ ଗାଁର । ସୂଚନାନୁଯାୟୀ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପିତାମ୍ବର ପାଢ଼ୀଙ୍କ ଜ୍ୱର ଯୋଗୁଁ ମୃତ୍ୟୁ ହୋଇଥିଲା । ଗତ 12 ରୁ 15 ଦିନ ହେବ ତାଙ୍କୁ ଜ୍ୱର କାସ ଲାଗିରହିଥିଲା। ଚିକିତ୍ସା ବି ଚାଲିଥିଲା। କିନ୍ତୁ ଶେଷ ରେ ହାରି ଯାଇଥିଲେ ବୃଦ୍ଧ ପିତାମ୍ବର। ତେବେ ପିତାମ୍ବରଙ୍କ ଦୁଇ ପୁଅ ବାହାର ରାଜ୍ୟରେ ରହୁଥିବାର ସେମାନେ ଆସିପାରିନଥିଲେ ।
କିନ୍ତୁ ଏପଟେ ପୁରା ଗ୍ରାମବାସୀ ଏବଂ ଆଖପାଖ ଲୋକ ଭାବିଲେ ଯେ ବୃଦ୍ଧ ପିତାମ୍ବରଙ୍କ କରୋନା ରେ ହିଁ ମୃତ୍ୟୁ ହୋଇଯାଇଛି। ଯାହାଦ୍ୱାରା ପିତାମ୍ବରଙ୍କ ମୃତ ଦେହକୁ କେହି ଉଠାଇଲେ ନାହିଁ। ଦୀର୍ଘ ସମୟ ଧରି ପଡ଼ିରହିବା ପରେ ଶେଷରେ ମାନବିକତା ଦେଖାଇଥିଲେ 4 ସାମ୍ବାଦିକ। ବାଲାଜି ପ୍ରଧାନ, ମେଘନାଦ ଦାସ,ଶଙ୍କର ପ୍ରଦାନ ଏବଂ ଅଜିତ ପ୍ରଧାନ। ପୁରା PPE କୀଟ ପିନ୍ଧି ଏମାନେ ପିତାମ୍ବର ମୃତ ଶରୀର କୁ ଆମ୍ବୁଲାନ୍ସ ଯୋଗେ ପଠାଇଥିଲେ ମେଡ଼ିକାଲକୁ। ଏଭଳି ଘଡି ସନ୍ଧି ମୁହୂର୍ତ୍ତରେ କେହି କାହା ମୃତ ଶରୀର ନିକଟକୁ ଯିବାକୁ ସାହସ କରୁନାହାନ୍ତି । କିନ୍ତୁ ଏହି 4 ସାମ୍ବାଦିକ ଦେଖାଇଦେଲେ ଉଦାହରଣ।




