IBN ଓଡ଼ିଶା ବ୍ୟୁରୋ

ଚିନ୍ତା ବଢାଇଲାଣି ବାର୍ଡ ଫ୍ଲୁ; କ୍ଷତିଗ୍ରସ୍ତ ଫାର୍ମ ମାଲିକଙ୍କୁ ମିଳିବ ଅନୁକମ୍ପା ରାଶି

ଚିନ୍ତା ବଢାଇଲାଣି ବାର୍ଡ ଫ୍ଲୁ । ଯାହା ପାଇଁ ଏବେ ହଜାର ହଜାର କୁକୁଡା ପୋତା ଚାଲିଛି । ଗାଁରୁ ଗାଁକୁ ଯେପରି ବାର୍ଡ ଫ୍ଲୁ ନବ୍ୟାପେ ସେଥିପାଇଁ ପ୍ରଶାସନର ଏଭଳି ତତ୍ପରତା । ୩ ଦିନରେ ୨୦ ହଜାର କୁକୁଡାଙ୍କୁ ମାରି ପୋତି ଦେଇଛି ରାପିଡ ରେସପନ୍ସ ଟିମ୍ । ପିପିଲି ସାଜିଛି ବାର୍ଡ ଫ୍ଲୁର ହଟସ୍ପଟ । ତେଣୁ ପିପିଲି ସହ ଡେଲାଙ୍ଗ, ସତ୍ୟବାଦୀରେ ବଡ ବଡ କୁକୁଡା ଫାର୍ମରୁ କୁକୁଡା ଖାଲି କରାଯାଉଛି ।

ଏହାରି ଭିତରେ ଏକ କୁକୁଡା ଚାଷୀଙ୍କ ପାଇଁ ଆସିଛି ଭଲ ଖବର। ବାର୍ଡ ଫ୍ଲୁକୁ ନେଇ ଆତଙ୍କିତ ନହୋଇ ସଂକ୍ରମିତ କୁକୁଡ଼ାଙ୍କୁ ମାରି ପୋତିଲେ ସେ ବାବଦରେ ଫାର୍ମ ମାଲିକଙ୍କୁ ଅନୁକମ୍ପା ରାଶି ମିଳିବ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ। ପିପିଲି ସତ୍ୟବାଦୀ ଦୁଇଟି ଜାଗାରେ ରିପୋର୍ଟ ହେବା ସହ କୁକୁଡ଼ା ମରା ଅଭିଯାନ ଚାଲିଛି। ଏନେଇ ଷ୍ଟେଟ ରାପିଡ ରେଷ୍ପନ୍ସ ଟିମ୍ ଓ ଜିଲ୍ଲା ରାପିଡ ରେଷ୍ପନ୍ସ ଟିମ୍ କାର୍ଯ୍ୟ କରୁଛନ୍ତି।

କେମିତି ବ୍ୟାପେ ବାର୍ଡ ଫ୍ଲୁ ?

ବାର୍ଡ ଫ୍ଲୁ ଭୂତାଣୁ ଜନିତ ରୋଗ, ଏହା କୁକୁଡ଼ା ଠାରୁ ମଣିଷକୁ ବ୍ୟାପିଥାଏ

ବାର୍ଡ ଫ୍ଲୁରେ ମରିଥିବା କୁକୁଡ଼ାକୁ ଖାଇଲେ ସଂକ୍ରମଣ ସମ୍ଭାବନା ବଢ଼ିଥାଏ

ରୋଗାକ୍ରାନ୍ତ କୁକୁଡ଼ାର ପର, ଲାଳ, ମଳରୁ ଏହା ବ୍ୟାପିଥାଏ

ମରିଯାଉଥିବା କୁକୁଡାକୁ ଏଣେତେଣେ ପୋଫାଡିଲେ ବ୍ୟାପିଥାଏ ବାର୍ଡ ଫ୍ଲୁ

କୁକୁଡା ସଂସ୍ପର୍ଶରେ ଆସିବା ପରେ କାଶ, ଛିଙ୍କ, ଜ୍ବର ଲାଗି ରହିଲେ ଡାକ୍ତରଙ୍କୁ ଦେଖାନ୍ତୁ

ବାର୍ଡ ଫ୍ଲୁ ସଂକ୍ରମଣ ଭିତରେ ରାପିଡ ରେସପନ୍ସ ଟିମର କୁକୁଡା ନିପାତ ଅଭିଯାନକୁ ବିରୋଧ କରିଛନ୍ତି ପିପିଲିର ୨୦୦ କୁକୁଡା ଚାଷୀ । ମଙ୍ଗଳପୁର ଠାରେ ହାତରେ ବ୍ୟାନର ଧରି ପ୍ରତିବାଦକୁ ଜୋରଦାର କରିଛନ୍ତି କୁକୁଡାଚାଷୀ ।

ବାର୍ଡ ଫ୍ଲୁ ଆତଙ୍କ ଭିତରେ ସବୁ ଜିଲ୍ଲାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ସଂକ୍ରମଣ ଯେପରି ନ ବ୍ୟାପିବ ସେଥିପାଇଁ ସର୍ତକ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button