IBN ଓଡ଼ିଶା ବ୍ୟୁରୋ

ଋଷ ଉପରେ ନିଆଁ ବର୍ଷା କଲା ୟୁକ୍ରେନର ‘ଡ୍ରାଗନ’

କିଭ୍: ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚରମ ସୀମାରେ ପହଞ୍ଚିଛି। ସହିତ ଉଭୟ ଦେଶ କ୍ରମାଗତ ଭାବରେ ପରସ୍ପର ଉପରେ ଡ୍ରୋନ୍ ଏବଂ ରକେଟରେ ଆକ୍ରମଣ କରୁଛନ୍ତି। କିନ୍ତୁ ଏବେ ୟୁକ୍ରେନର ‘ଡ୍ରାଗନ’ ଋଷର ନିଦ ହଜାଇ ଦେଇଛି।

ଋଷର ଦଖଲରେ ଥିବା ଅଞ୍ଚଳ ଉପରେ ଡ୍ରୋନ୍ ସାହାଯ୍ୟରେ ଆକ୍ରମଣ କରିଛି ୟୁକ୍ରେନ୍। ଯାହା ନିଆଁ ବର୍ଷା କରୁଥିବା ଜଣାପଡିଛି।

ଏହାର ନାମ ‘ଡ୍ରାଗନ୍ ଡ୍ରୋନ୍’ ରଖାଯାଇଛି। ଯାହା ଜଙ୍ଗଲର ଗଛ ଗୁଡିକୁ ଆଖି ପିଛୁଳାକେ ପୋଡି ପାଉଁଶ କରିଦେଉଛି। ଏହି ପ୍ରକାର ଲାର୍ଭା ପ୍ରଥମେ ଜର୍ମାନୀ ଦ୍ବାରା ପ୍ରଥମ ବିଶ୍ୱଯୁଦ୍ଧ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବ୍ୟବହୃତ ହୋଇଥିଲା।

ଏହି ମୋଲଟେନ ମେଟାଲ ଅତି କ୍ଷୀପ୍ର ଗତିରେ ଗଛ, ଲୁହା ଓ ଧାତୁକୁ ପାଉଁସ କରି ଦେଇଥାଏ। ରୁଷ ସେନାର ଏକାଧିକ ଗାଡ଼ି, ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ଜିନିଷ ମଧ୍ୟ ଡ୍ରାଗନ ଡ୍ରୋନରେ ନଷ୍ଟ ହୋଇଯାଇଛି।

ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ଏକ ଭିଡିଓ ସେୟାର ମଧ୍ଯ କରାଯାଇଛି। କମ୍ ଉଚ୍ଚତାରେ ଉଡ଼ୁଥିବା ଡ୍ରୋନ ଋଷର ଅଧିକୃତ ଅଂଶରେ ଥିବା ଜଙ୍ଗଲରେ ତରଳ ଲାଭା ବର୍ଷା କରୁଥିବା ଦେଖିବାକୁ ମିଳିଛି। ଏହି ଲାର୍ଭା ଆଲୁମିନିୟମ ପାଉଡର ଏବଂ ଆଇରନ ଅକ୍ସାଇଡର ଏକ ମିଶ୍ରଣ। ଏହାକୁ ଥର୍ମାଇଟ୍ ମଧ୍ୟ କୁହାଯାଏ। ଏହା ପ୍ରାୟ ୪୦୦୦ ଡିଗ୍ରୀ ଫାରେନହାଇଟ୍ କିମ୍ବା ୨୨୦୦ ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ତରଳା ଯାଇଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button