ରାଜ୍ୟ

ନୂଆଁଖାଇ ପାଇଁ ପଶ୍ଚିମ ଓଡ଼ିଶା ଉତ୍ସବମୁଖର, ମା ସମଲେଶ୍ବରୀଙ୍କ ପାଖରେ ୯ଟା ୧୨ରୁ ୯ଟା ୨୭ ମଧ୍ୟରେ ଶୁଭ ଲଗ୍ନରେ ନବାନ୍ନ ଲାଗି

ମ୍ବଲପୁର : ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଘରେ ଘରେ ଧୁମଧାମରେ ପାଳନ ହେବ। ନୂଆଁଖାଇ ପାଇଁ ପୂରା ପଶ୍ଚିମ ଓଡ଼ିଶା ଉତ୍ସବମୁଖର । ଏକାଠି ହୋଇଛନ୍ତି ପୂରା ପରିବାର । ପ୍ରଥମେ ଇଷ୍ଟ ଦେବୀ ମା ସମଲେଶ୍ବରୀଙ୍କୁ ନବାନ୍ନ ଅର୍ପଣ କରିବା ପରେ ଏକତ୍ର ବସି ସପରିବାର ଖାଇବାର ପରମ୍ପରା ରହିଛି । ଏହା ପରେ ବଡ଼ଙ୍କୁ ମୁଣ୍ଡିଆ ମାରି ସାନ ମାନେ ଆଶୀର୍ବାଦ ନେଇଥାନ୍ତି ।

ତେବେ ମାଆ ସମଲେଶ୍ବରୀଙ୍କ ପାଖରେ ୯ଟା ୧୨ରୁ ୯ଟା ୨୭ ମଧ୍ୟରେ ଶୁଭ ଲଗ୍ନରେ ନବାନ୍ନ ଲାଗି ହେବ । ଏହା ପରେ ସାରା ପଶ୍ଚିମ ଓଡିଶାବାସୀ ନୂଆଁଖାଇ ପାଳିବେ । ନୂଆଁ ଖାଇ ପାଇଁ ଘରେ ଘରେ ପିଠା ମିଠାର ମହକ । ଦୂରଦୂରାନ୍ତରେ ଥିବା ଲୋକେ ଗାଁକୁ ଫେରିଛନ୍ତି । ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଛି ସାଂସ୍କୃତିକ କାର୍ଯ୍ୟକ୍ରମ । ଡାଲଖାଇ ନୃତ୍ୟରେ ଦାଣ୍ଡ ଦୁଲୁକିବ ।

Related Articles

Leave a Reply

Your email address will not be published. Required fields are marked *

Back to top button