ରାଜ୍ୟ

Scrub typhus : ପାଲଲହଡ଼ା ସ୍କ୍ରବ ଟାଇଫସ୍‌କୁ ନେଇ ବଡ଼ ଖବର, ୯ ରୋଗୀଙ୍କ ନମୁନା ନେଗେଟିଭ୍

୯ ରୋଗୀଙ୍କ ନମୁନା ନେଗେଟିଭ୍ । ଅନୁଗୁଳ ପାଲଲହଡ଼ା ସ୍କ୍ରବ ଟାଇଫସ ନେଇ ଆସିଲା ବଡ଼ ଆସ୍ଵସ୍ତିକର ଖବର । ଫିଲ୍ଡ କିଟ୍ ରେ ସ୍କ୍ରବ ଟାଇଫସ ପଜିଟିଭ ବାହାରିଥିବା ୯ ରୋଗୀଙ୍କ ଏଲିସା ଟେଷ୍ଟରେ ନମୁନା ନେଗେଟିଭ ଆସିଥିବା ସୂଚନା ମିଳିଛି ।

ସୂଚନା ଦେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମଦନମୋହନ ପ୍ରଧାନ । ଅନ୍ୟପଟେ ଫିଲ୍ଡ ଟେଷ୍ଟରେ ପଜିଟିଭ ବାହାରିଥିବା ଅନ୍ୟ ୩୦ ରୋଗୀଙ୍କ ନମୁନାକୁ ପର୍ଯ୍ୟାୟକ୍ରମେ ଏଲିସା ଟେଷ୍ଟ ପାଇଁ ପଠାଯାଉଛି । ସେସବୁ ନମୁନା ମଧ୍ୟ ନେଗେଟିଭ ଆସିବ ବୋଲି ଆଶା କରାଯାଉଛି । ଏଣୁ ଲୋକମାନେ ଭୟଭୀତ ହେବାର କୌଣସି କାରଣ ନାହିଁ । ଅପରପକ୍ଷରେ ଗାଁରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଶିବିର କରି ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି । ସନ୍ଦିଗ୍ଧ ରୋଗୀଙ୍କୁ ଆବଶ୍ୟକୀୟ ସମସ୍ତ ଚିକିତ୍ସା ଯୋଗାଇ ଦିଆଯାଉଛି । ଏନେଇ ଅନୁଗୋଳ ସିଡିଏମଓଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ସିନିୟର ରିପୋର୍ଟର ମାନସ ରଞ୍ଜନ ମିଶ୍ର ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button